ପୁରୀ,,୫।୨: ମହାପ୍ରଭୁଙ୍କ ନୀତି ବିଳମ୍ବ,ପହୁଡ଼ରେ ଆରମ୍ଭ ହେଲା ନୀତି|ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହୁଡ ନୀତି ଅନୁଷ୍ଠିତ ହୋଇନାହିଁ। ଫଳରେ ଶ୍ରୀବିଗ୍ରହମାନେ ସାରା ରାତି ଅନିଦ୍ରା ରହିଛନ୍ତି। ସିଂହାରୀ ସେବାୟତ ଓ ସୁଆର ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁ ମହାପ୍ରଭୁଙ୍କ ପହୁଡ ନୀତି ହୋଇ ନ ଥିବା ସୂଚନା ମିଳିଛି। ମହାପ୍ରଭୁଙ୍କ ନୀତି ବିଳମ୍ବ। ସିଂହାରି-ସୁପକାର ସେବକ ବିବାଦ କାରଣରୁ ମହାପ୍ରଭୁଙ୍କ ଗତକାଲିର ପହୁଡ଼ ହୋଇପାରିନି। ବିନା ପହୁଡ଼ରେ ଆଜିର ନୀତି ଆରମ୍ଭ ହୋଇଛି ହୋଇଛି । ଗତକାଲି ସିଂହାରି-ସୁପକାର ସେବକ ବିବାଦ କାରଣରୁ ମହପ୍ରଭୁଙ୍କ ଗତକାଲିର ପହୁଡ଼ ହୋଇପାରିନଥିଲା । ବିନା ପହୁଡ଼ରେ ଆଜିର ନୀତି ଆରମ୍ଭ ହୋଇଛି। । ଗତକାଲି ଭିତର କାଠରେ ରକ୍ତ ପଡ଼ିଥିବାରୁ ବଡ଼ ମହାସ୍ନାନ ନୀତି ହୋଇଥିଲା । ମହାସ୍ନାନ ନୀତି ହେବାରୁ ଭୋଗ ବାହାରି ପାରିନଥିଲା । ଏହାରି ଭିତରେ ଭୋଗ ବଢାରେ ବିଳମ୍ବ ଓ ଗଭାଲାଗି ନୀତି ନ କରିବାକୁ ନେଇ ବିବାଦ ବଢିବାରେ ଦେଖା ଦେଇଥିଲା । ବିବାଦ ଯୋଗୁ ଗତକାଲି ମହାପ୍ରସାଦକୁ ରାତିରେ ଭୋଗମଣ୍ଡପ ଘରେ ତାଲା ମାରି ପଳାଇଲେ ସିଂହାରି । ବିବାଦ ପାଇଁ ମହାପ୍ରଭୁଙ୍କ ପହୁଡ଼ ହୋଇପାରି ନ ଥିଲା । ଆଜି ବିନା ପହୁଡ଼ରେ ନୀତି ଆରମ୍ଭ ହୋଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |