ନୂଆଦିଲ୍ଲୀ,୬।୨: ବ୍ରିଟେନ ରାଜା ଚାର୍ଲ୍ସ ତୃତୀୟ କର୍କଟ ରୋଗରେ ପୀଡ଼ିତ। ସୋମବାର ବଙ୍କିମହାମ ପ୍ୟାଲେସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ୭୫ବର୍ଷୀୟ ଚାର୍ଲ୍ସ ତୃତୀୟଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଥିବା ଜଣାପଡ଼ିଛି। ଏହି ଖବର ଜଣାପଡ଼ିବା ପରେ ଅନେକ ବିଶ୍ବ ନେତା ତାଙ୍କ ଆରୋଗ୍ୟ କାମନା କରିଛନ୍ତି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନ ରାଜା ଚାର୍ଲ୍ସ ତୃତୀୟଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।୭୫ ବର୍ଷୀୟ କିଙ୍ଗସ୍ ଚାର୍ଲସ୍-୩ଙ୍କ ବଢ଼ିଥିବା ପ୍ରୋଷ୍ଟେଟର ଚିକିତ୍ସା ସମୟରେ ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା କଥା ଜଣାପଡିଛି। ତେବେ କିଙ୍ଗ ଚାର୍ଲ୍ସଙ୍କୁ କେଉଁ ପ୍ରକାରର କର୍କଟ ରୋଗ ହୋଇଛି ଏବଂ ଶରୀରର ଏହା କେଉଁ ଅଂଶରେ ଅଛି ସେ ନେଇ କିଛି ସୂଚନା ଦିଆଯାଇନାହିଁ।ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି, ‘‘ମୁଁ ଭାରତର ଜନସାଧାରଣଙ୍କ ସହ ରାଜା ଚାର୍ଲ୍ସ ତୃତୀୟଙ୍କ ଆଶୁ ଆରୋଗ୍ୟ ଏବଂ ଉତ୍ତମ ସ୍ବାସ୍ଥ୍ୟ କାମନା କରୁଛି।’’ପ୍ୟାଲେସ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି, ରାଜା ଚାର୍ଲ୍ସ କର୍କଟରେ ପୀଡିତ। ତାଙ୍କ ଚିକିତ୍ସା ଆରମ୍ଭ ହୋଇଯାଇଛି। କିଙ୍ଗ ଚାର୍ଲ୍ସଙ୍କ ସମସ୍ତ ସାଧାରଣ ବୈଠକ ସ୍ଥଗିତ ରଖାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। ଗତ ମାସ ରାଜାଙ୍କ ପ୍ରୋଷ୍ଟେଟ ସର୍ଜରୀ ହୋଇଥିଲା। ପରୀକ୍ଷା ନୀରିକ୍ଷା ସମୟରେ ସେ କ୍ୟାନ୍ସରରେ ପୀଡ଼ିତ ଥିବା ଜଣାପଡ଼ିଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |