ନୂଆଦିଲ୍ଲୀ,୬।୨ : ଜମ୍ମୁ-କଶ୍ମୀରରେ ସକ୍ରିୟ ଥିବା ଲଶ୍କର ଆତଙ୍କବାଦୀଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ସୀମା ଆରପାରିକୁ ଆସୁଥିବା ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ପାଇଁ ସେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କୁହାଯାଉଛି। ତାଙ୍କ ନିକଟରୁ ମୋବାଇଲ ଫୋନ ଏବଂ ସିମ କାର୍ଡ ଜବତ କରାଯାଇଛି।ରାଜଧାନୀ ରେଲଓ୍ୱେ ଷ୍ଟେସନରୁ ଧରାପଡିଲା ଲସ୍କର ଆତଙ୍କୀ। ଦିଲ୍ଲୀ ପୁଲିସକୁ ମିଳିଛି ବଡ଼ ସଫଳତା। ଜମ୍ମୁ-କଶ୍ମୀର କୁପଓ୍ୱାଡାର ଲସ୍କର-ଏ-ତୋଇବାର ଜଣେ ସକ୍ରିୟ ସଦସ୍ୟକୁ ଗିରଫ କରାଯାଇଛି।ଦିଲ୍ଲୀର ଏକ ରେଲଓ୍ୱେ ଷ୍ଟେସନରୁ ଏହି ଲସ୍କର ଆତଙ୍କବାଦୀକୁ ଦିଲ୍ଲୀ ରେଲଓ୍ୱେ ପୁଲିସ ଗିରଫ କରିଛି। ଗିରଫ ଆତଙ୍କବାଦୀ ଜଣକ ହେଉଛି ଜଣେ ଅବସରପ୍ରାପ୍ତ ସୈନିକ। ତା’ ନାଁ ରିଆଜ ଅହମ୍ମଦ ବୋଲି ପୁଲିସ ସୂଚନା ଦେଇଛି। ଅଭିଯୁକ୍ତ ନିକଟରୁ ଗୋଟିଏ ମୋବାଇଲ ଫୋନ୍ ଓ ଅନେକ ସିମ୍ କାର୍ଡ ଜବତ ହୋଇଛି।ଧରାପଡିଥିବା ଆତଙ୍କବାଦୀ ରିଆଜ ଅହମ୍ମଦ ହେଉଛି ଜମ୍ମୁକଶ୍ମୀର କୁପଓ୍ୱାଡାର ବାସିନ୍ଦା। ଗୁଇନ୍ଦା ସୂଚନା ଆଧାରରେ ପୁଲିସ ଫେବ୍ରୁଆରୀ ୪ ତାରିଖରେ ନୂଆ ଦିଲ୍ଲୀର ରେଲଓ୍ୱେ ଷ୍ଟେସନରୁ ରିଆଜକୁ ଗିରଫ କରିଥିଲା। ରିଆଜ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦ ଆଣୁଥିଲା। ସେ ଆତଙ୍କୀଙ୍କ ଆକ୍କା ଖୁର୍ସିଦ ଅହମ୍ମଦ ରାଥର ଓ ଗୁଲାମ ସରଓ୍ୱର ରାଥର ସହ ମିଶି ଆତଙ୍କୀ ଆକ୍ରମଣ ଷଡଯନ୍ତ୍ର କରୁଥିଲା।ରେଲଓ୍ୱେ ଡିସିପିଙ୍କ କହିବା ମୁତାବକ, ନିକଟରେ କୁପଓ୍ୱାଡା ବାସିନ୍ଦା ରିଆଜ ବହୁ ଆତଙ୍କବାଦୀ କାର୍ଯ୍ୟକଳାପ ମାମଲାରେ ଓ୍ୱାଣ୍ଟେଡ୍ ଥିଲା। ଫେବ୍ରୁଆରୀ ୪ ତାରିଖ ଦିନ ଦିଲ୍ଲୀ ରେଲଓ୍ୱେ ଷ୍ଟେସନରେ ପୁଲିସକୁ ଦେଖି ରିଆଜ୍ ଖସି ଯିବାକୁ ଚେଷ୍ଟା କରିଥିଲା। ଏହି ସମୟରେ ଷ୍ଟେସନର ଏଗ୍ଜିଟ୍ ଗେଟ୍ ନମ୍ବର-୧ରୁ ତାକୁ ଗିରଫ କରାଯାଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |