ଓଡ଼ିଶାରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ସୁନ୍ଦରଗଡ,୬ା୨:  ଝାଡ଼ଖଣ୍ଡରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଶେଷ କରି ଓଡ଼ିଶାରେ ପହଞ୍ଚିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଆଜି ଅପରାହ୍ନରେ ସେ ବୀରମିତ୍ରପୁରରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ରାଜ୍ୟ କଂଗ୍ରେସ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଓ ପ୍ରଭାରୀ ଅଜୟ କୁମାରଙ୍କ ସହିତ ଅନ୍ୟ ନେତାମାନେ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ କରିଥିଲେ|ମୋଦି ସରକାରଙ୍କ ବିରୋଧରେ ଲଢ଼େଇ କରି ଗରିବ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ପାଇଁ ଗତ ମାସ ୧୪ ତାରିଖରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଣିପୁରରୁ ୨ୟ ପର୍ଯ୍ୟାୟ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଯାତ୍ରା ଝାଡ଼ଖଣ୍ଡ ଅତିକ୍ରମ କରି ମଙ୍ଗଳବାର ଓଡ଼ିଶାର ବୀରମିତ୍ରପୁରରେ ପହଞ୍ଚିଛି। ଏହି ଅବସରରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ବିଧାୟକ ତାରା ପ୍ରସାଦ ବାହିନୀପତି, କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ସମେତ ବହୁ ନେତୃବୃନ୍ଦ ଓ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।ବୀରମିତ୍ରପୁରରେ ଅୟୋଜିତ ସଭାରେ ରାହୁଲ ଗାନ୍ଧି କହିଥିଲେ, ଓଡ଼ିଶାକୁ ଆସି ବହୁତ ଭଲ ଲାଗୁଛି। ଘୃଣାର ବଜାରରେ ଆପଣମାନେ ପ୍ରେମର ଦୋକାନ ଖୋଲିଲେ। ଭାରତକୁ ଯୋଡ଼ିବା ମୋର ଏହି ଯାତ୍ରାର ମୂଳ ଉଦ୍ଦେଶ୍ୟ। ଆଦିବାସୀ, ଦଳିତ, କୃଷକ ଓ ମହିଳାଙ୍କ ପ୍ରତି ଅନ୍ୟାୟ ପ୍ରତିବାଦରେ ବାହାରିଛି ଏହି ଯାତ୍ରା। ଆଗାମୀ ୩ ଦିନ ଯାଏଁ ମୁଁ ଓଡ଼ିଶାରେ ରହିବି ଓ ଲୋକଙ୍କ କଥା ଶୁଣିବି।ଭାରତ ଯୋଡ ନ୍ୟାୟ ଯାତ୍ରାରେ ଯୋଗ ଦେବା ପାଇଁ ଆଜି ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିଛନ୍ତି ରାହୁଲ ଗାନ୍ଧୀ । ଝାଡ଼ଖଣ୍ଡ ଓଡିଶା ସୀମାନ୍ତ ବୀରମିତ୍ରପୁରରେ ପହଞ୍ଚିଛନ୍ତି ରାହୁଲ । ସୁନ୍ଦରଗଡ଼ ଜିଲ୍ଲାର ଵିଜାଵାହାଲ ରାମପାଲ ଗ୍ରାମରେ ଆଜି ରାତ୍ରି ଯାପନ କରିବେ।ଆସନ୍ତାକାଲି ରାଉରକେଲା ସହରର ଉଦିତନଗର ଠାରୁ ପାନପୋଷ ଛକ ପର୍ଯ୍ୟନ୍ତ ପଦଯାତ୍ରା କରିବା ସହ ପାନପୋଷ ଛକଠାରେ ସାଧାରଣ ସଭା କରିବେ । ଆସନ୍ତାକାଲି ରାଉରକେଲା ସହରରୁ ରାଜଗାଙ୍ଗପୁର, କୁତ୍ରା ଦେଇ ସୁନ୍ଦରଗଡ଼ ଗସ୍ତ କରିବେ । ଆସନ୍ତାକାଲି ରାତିରେ ଝାରସୁଗୁଡ଼ା ଅମଲିପାଲି ପଡ଼ିଆରେ ରାତ୍ରୀ ଯାପନ କରିବା ପରେ ଆସନ୍ତା 8ତାରିଖ ଝାରସୁଗୁଡ଼ା ପୁରୁଣା ବସଷ୍ଟାଣ୍ଡ ମହାତ୍ମା ଗାନ୍ଧି ଛକ ନିକଟରୁ ଯାତ୍ରା ଆରମ୍ଭ କରିବେ। ଅପରାହ୍ନରେ ରାହୁଲ ଗାନ୍ଧୀ ଛତିସଗଡ ଅଭିମୁଖେ ଯାତ୍ରା କରିବାର କାର୍ଯକ୍ରମ ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!