ବାଣ କାରଖାନାରେ ବିସ୍ଫୋରଣ ; ୧୧ମୃତ, ୬୦ରୁ ଅଧିକ ଆହତ,ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା

 ନୂଆଦିଲ୍ଲୀ,୬।୨ : : ମଧ୍ୟପ୍ରଦେଶ ହରଦା ଜିଲ୍ଲାରେ ଅଘଟଣ। ବାଣ କାରଖାନାରେ ନିଆଁ ଲାଗି ଭୟଙ୍କର ବିସ୍ଫୋରଣ ଘଟିଛି। କେହି କିଛି ବୁଝିବା ଆଗରୁ ହୁତୁହୁତୁ ହୋଇ ଜଳିଉଠିଲା କାରଖାନା। ବାଣ କାରଖାନାରେ ନିଆଁ ଲାଗିଥିବା ଯୋଗୁ ଏଯାବତ୍‌ ୧୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭୦ରୁ ଉର୍ଦ୍ଧ୍ବ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଥରେ କି ଦୁଇ ଥର ନୁହେଁ ରହି ରହି ବାରମ୍ବାର ହେଉଛି ବିସ୍ଫୋରଣ। ଆଉ ବାଣର ଶବ୍ଦରେ ଥରିଉଠିଛି ସମଗ୍ର ସହର। ଆଖପାଖ ଅଂଚଳରେ ପ୍ରାୟ ୬୦ଟି ଘରେ ନିଆଁ ଲାଗିଥିବା ସୂଚନା ମିଳିଛି। ଏହି ଘଟଣାରେ ଗୁରୁତର ଆହତ ହୋଇଥିବା ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଏହି ବିସ୍ଫୋରଣ ଘଟଣା ସମ୍ପର୍କରେ ଖବର ପାଇବା ପରେ  ଅଗ୍ନିଶମ ବିଭାଗ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳ‌ରେ ପହଞ୍ଚି ଯୁଦ୍ଧକାଳିନଭିତ୍ତିରେ ଉତ୍ତରକାର୍ଯ୍ୟ ଆରମ୍ଭ କରିଥିଲେ। ଏବେ ବି ଉଦ୍ଧାରକାର୍ଯ୍ୟ ଜାରି ରହିଛି। ବିସ୍ଫୋରଣର ଶିକାର ହୋଇଥିବା ଲୋକଙ୍କୁ ଉଦ୍ଧାର କରିବା କାମରେ ସାମିଲ ଥିବା ଜଣେ ଉଦ୍ଧ‌ାରକାରୀ କର୍ମଚାରୀ କହିଛନ୍ତି, ‘ଆମେ ଖବର ପାଇ ଘଟଣାସ୍ଥଳରେ ପଞ୍ଚିବା ପରେ ଚାରିଆଡେ ଧୁଆଁ ବାହାରୁଥିଲା। ରାସ୍ତାରେ ଯାତାୟାତ କରୁଥିବା ବାଇକ ଓ କାର ଚାଳକ ବି ଏହି ବିସ୍ଫୋରଣର ଶିକାର ହୋଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!