ଭୁବନେଶ୍ୱରରୁ ଅଯୋଧ୍ୟା ଗଡ଼ିଲା ଆସ୍ଥା ସ୍ପେଶାଲ ଟ୍ରେନ୍‌

ଭୁବନେଶ୍ୱର,୬।୨: ମଙ୍ଗଳବାର ଭୁବନେଶ୍ବରରୁ ଅଯୋଧ୍ୟା ଅଭିମୁଖେ ଗଲା ଆସ୍ଥା ସ୍ପେଶାଲ ଟ୍ରେନ୍। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପତାକା ଦେଖାଇ ଏହି ଟ୍ରେନର ଶୁଭାରମ୍ଭ କରିଛନ୍ତି । ରାମଲଲାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ଧରି ଏହି ସ୍ପେଶାଲ ଟ୍ରେନ୍ ବାହାରିଲା। ଆଜି ଆସ୍ଥା ସ୍ପେଶାଲ ଟ୍ରେନରେ ଅଯୋଧ୍ୟା ଯାଉଛନ୍ତି ୧୪ଶହ ରାମଭକ୍ତ । ଭୁବନେଶ୍ୱରରୁ ସିଧାସଳଖ ଏହି ଟ୍ରେନ ଅଯୋଧ୍ୟା ଯାଉଛି । ଆସ୍ଥା ସ୍ପେଶାଲ ଟ୍ରେନରେ ୨୦ଟି ସ୍ଲିପର କୋଚ୍ ଥିବା ବେଳେ ପ୍ରତି କୋଚରେ ୭୨ଟି ସିଟ୍ ରହିଛି । ତେଣୁ ଏଥିରେ ୧୪ଶହରୁ ଅଧିକ ଲୋକ ଯାଇପାରିବେ । ଆଜି ଆସ୍ଥା ସ୍ପେଶାଲ ଟ୍ରେନରେ ଭୁବନେଶ୍ୱର ଓ ପୁରୀ ସଂସଦୀୟ କ୍ଷେତ୍ରର ଯାତ୍ରୀମାନେ ଯିବାର କାର୍ଯ୍ୟକ୍ରମ ରହିଛି । ସେହିପରି ୯ ତାରିଖରେ କଟକ ସଂସଦୀୟ କ୍ଷେତ୍ରରୁ ରାମଭକ୍ତ ଅଯୋଧ୍ୟା ଯିବେ ।ଆସ୍ଥା ସ୍ପେଶାଲ ଟ୍ରେନରେ ପ୍ରାୟ ୧୪୦୦ ରାମ ଭକ୍ତ  ଅଯୋଧ୍ୟା ଯାଉଛନ୍ତି। ଆସ୍ଥା ସ୍ପେଶାଲ ଟ୍ରେନରେ ୨୦ ଟି ସ୍ଲିପର କୋଚ୍ ଥିବାବେଳେ ପ୍ରତି କୋଚରେ ୭୨ ଟି ସିଟ୍ ରହିଛି । ଏହି ଟ୍ରେନରେ ଭୁବନେଶ୍ୱର ଓ ପୁରୀ ସଂସଦୀୟ କ୍ଷେତ୍ରର ଯାତ୍ରୀମାନେ ଯାଇଛନ୍ତି। ପରବର୍ତ୍ତୀ ସମୟରେ କଟକ, ପୁରୀ ଏବଂ ଭଦ୍ରକରୁ ଏହି ଟ୍ରେନ୍ ଯିବ। ଗତ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମଲଲାଙ୍କ ଭବ୍ୟ ପ୍ରାଣ ପ୍ରତିଷ୍ଠା ହୋଇଛି। ପ୍ରତିଦିନ ରାମଲାଲାଙ୍କୁ ଦର୍ଶନ କରିବା ଲାଗି  ଦେଶର କୋଣ ଅନୁକୋଣରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!