ଆଜି ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହେବ UCC

ନୂଆଦିଲ୍ଲୀ,୬।୨:ଭାରତୀୟ ସମ୍ବିଧାନରେ ଉତ୍ତରାଖଣ୍ଡ ନୂଆ ଅଧ୍ୟାୟ ଯୋଡିବାକୁ ଯାଉଛି। ଦେଶର ପ୍ରଥମ ରାଜ୍ୟ ଭାବେ ୟୁନିଫର୍ମ ସିଭିଲ୍ କୋଡ (UCC) ବା ଏକକ ନାଗରିକ ସଂହିତା ନିୟମ ଲାଗୁ କରିବାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟ କ୍ୟାବିନେଟରେ ୟୁସିସିକୁ ଅନୁମୋଦନ ମିଳିବା ପରେ ଆଜି ବିଧାନସଭାରେ ଏହି ବିଲ୍ ଆଗତ ହେବ। ଯଦି ଏହି ବିଲ୍ ପାରିତ ହୋଇ ଆଇନରେ କାର୍ଯ୍ୟକାରୀ ହୁଏ, ତେବେ ସ୍ୱାଧୀନତା ପରେ ଉତ୍ତରାଖଣ୍ଡ ୟୁନିଫର୍ମ ସିଭିଲ୍ କୋଡ ଗ୍ରହଣ କରିବାରେ ଦେଶର ପ୍ରଥମ ରାଜ୍ୟ ହେବ। ଉତ୍ତରାଖଣ୍ଡ ଏଥିରେ ସଫଳ ହେଲେ ଗୁଜରାଟ, ଆସାମ, ମଧ୍ୟପ୍ରଦେଶ ସମେତ ଅନ୍ୟାନ୍ୟ ବିଜେପି ଶାସିତ ରାଜ୍ୟ ମଧ୍ୟ ଏହି ନିୟମ ଆଣିବାକୁ ଆଗ୍ରହ ପ୍ରକାଶ କରିବେ। ଗୋଆରେ ଏହି ନିୟମ ପର୍ତ୍ତୁଗୀଜ୍ ଶାସନ କାଳରୁ ଚାଲିଆସୁଛି।ଆଜି ଉତ୍ତରାଖଣ୍ଡ ସରକାର ବିଧାନସଭାରେ ଉପସ୍ଥାପନ କରୁଥିବା ଡ୍ରାଫ୍ଟ ବିଲରେ ବହୁବିବାହ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବା, ଲିଭ୍-ଇନ୍ ରିଲେସନସିପରେ ରହିବାକୁ ଚାହୁଁଥିବା କପଲଙ୍କୁ ପଞ୍ଜିକରଣ କରାଇବାର ନିୟମ ରହିଛି। ଏଥିସହ, ସମସ୍ତଙ୍କ ପାଇଁ ପୋଷ୍ୟ ସନ୍ତାନ ଗ୍ରହଣ କରିବାର ଆଇନ ସମାନ ରହିବ ଏବଂ ପୈତୃକ ସମ୍ପତ୍ତିରେ ଉଭୟ ପୁଅ ଓ ଝିଅଙ୍କର ସମାନ ଅଧିକାର ରହିବ।ସେହିପରି ବିଲରେ ଝିଅମାନଙ୍କ ବିବାହ ବୟସ ୧୮ ଓ ପୁଅଙ୍କ ବୟସ ୨୧ ବର୍ଷ ରହିବ। ବିବାହର ପଞ୍ଜୀକରଣ ମଧ୍ୟ ବାଧ୍ୟତାମୂଳକ ହେବ। ଯଦି ଏହି ବିଲ୍ ଆଇନରେ ପରିଣତ ହୁଏ ତେବେ ରାଜ୍ୟର ସମସ୍ତ ନାଗରିକଙ୍କ ପାଇଁ ଏହି ସବୁ ଆଇନ ସମାନ ରୂପେ କାର୍ଯ୍ୟକାରୀ ହେବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!