ଧୂମଧାମରେ ପାଳିତ ହେଲା ଚିକିଲି ମଣ୍ଡେଇ

 ନବରଙ୍ଗପୁର(ମିହିର ଶଙ୍କର ପାତ୍ର),,୬।୨ :-ଆଜି ସଂପୂର୍ଣ୍ଣ ପାରମ୍ପରିକ ମଣ୍ଡେଇ ଯାତ୍ରା ପାଳିତ ହୋଇ ଯାଇଛି ଚିକିଲି ଗାଁ ରେ । ବିଭିନ୍ନ ଗ୍ରାମରୁ ଗ୍ରାମ ଦେବାଦେବୀ ଙ୍କ ଲାଠୀ, କୁରୁଚି ଏବଂ ବିମାନ ମାଁ କଙ୍କାଳୁଣୀ ମନ୍ଦିର ନିକଟରେ ଏକତ୍ରିତ ହୋଇ ବଜାର ପରିକ୍ରମା କରିଛନ୍ତି। ମାଁ କଙ୍କାଳୁଣୀ, ଠାକୁରାଣୀ, ଚାଉଁରୀଆ, ଭୈରବ, ପେଣ୍ଡରାଣୀ ଇତ୍ୟାଦି ଗ୍ରାମ ଦେବାଦେବୀ ଙ୍କ ଆଶୀର୍ବାଦ ପ୍ରାପ୍ତି ପାଇଁ ମନ୍ଦିର ଗୁଡିକ ରେ ଭିଡ ଦେଖିବାକୁ ମିଳିଥିଲା।ଏହି ଅବସରରେ ଚିକିଲି ଗାଁ ର ମୂଖ୍ୟ ପୂଜାରୀ ଲୁଳାରାମ ପୂଜାରୀ, ମଙ୍ଗରାଜ ମାଝୀ, ସ୍ବାଧୀନ ପଟ୍ଟନାୟକ, ଲଚୁ ମାଝୀ, ଭଦର ମାଝୀ, ଏବଂ ମଣ୍ଡେଇ କମିଟି ର କାର୍ଯ୍ୟକର୍ତ୍ତା ମାନେ ମିଳିତ ଭାବେ ସବୁ ତଦାରଖ କରିଥିଲେ। ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମତିରାମ ନାୟକ, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ସାଂସଦ ପ୍ରତିନିଧି ଏମ୍ ଅପା ରାଓ , ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର, ବିଧାୟକ ପ୍ରତିନିଧି ଏମ୍ ବୁଲୁ ରାଓ, ସୁରେନ୍ଦ୍ର ମିଶ୍ର,ଡାବୁଗାଁ ସାମ୍ବାଦିକ ସଂଘ ସଂପାଦକ ମିହିର ଶଙ୍କର ପାତ୍ର, ଗଗତ ଗନ୍ତାୟତ, ମହେଶ ପାତ୍ର, ଏମ୍ ଭାସ୍କର ରାଓ, ପ୍ରକାଶ ପଣ୍ଡା ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ସହ ହଜାର ହଜାର ଲୋକ ଙ୍କ ସମାଗମ ପରିବେଶ କୁ ସଂପୂର୍ଣ୍ଣ ଆଧ୍ୟାତ୍ମିକ କରିଦେଇ ଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!