ମାଘ ସପ୍ତମୀ ପାଇଁ ଚନ୍ଦ୍ରଭାଗା ବୁଡ଼ ପାଇଁ ନୀତି ନିର୍ଘଣ୍ଟ

କୋଣାର୍କ, ୬।୨:ମାଘ ସପ୍ତମୀ ପାଇଁ ଫେବୃଆରୀ ୧୬ ତାରିଖରେ ଚନ୍ଦ୍ରଭାଗା ବୁଡ଼ ପାଇଁ ନୀତି ନିର୍ଘଣ୍ଟ କରାଯାଇଛି। ୧୫ ତାରିଖ ଷଷ୍ଠୀ ରାତି ୯ଟା ୫୫ରେ ତିନି ଠାକୁରଙ୍କୁ ବିମାନରେ ବିଜେ କରାଯିବ। ତେବେ ୧୬ ତାରିଖ ଭୋର ୪ଟା ୩୪ରେ ମହାସ୍ନାନ ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ତେବେ ମହାସ୍ନାନ ପରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇ ସୂର୍ଯ୍ୟୋଦୟ ଦେଖିବେ। ଚନ୍ଦ୍ରଭାଗାରେ ବୁଡ଼ ପକାଇବା ପାଇଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖାଯାଇ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।ଧାର୍ମିକ ଦୃଷ୍ଟିକୋଣରୁ ମାଘ ମାସର ଏହି ସପ୍ତମୀର ବିଶେଷ ମହତ୍ବ ରହିଛି। ଏହା ମାଘ ସପ୍ତମୀ, ରଥ ସପ୍ତମୀ, ଭାନୁ ସପ୍ତମୀ, ପୁତ୍ର ସପ୍ତମୀ, ମହତି ସପ୍ତମୀ ଏବଂ ସପ୍ତ ସପ୍ତମୀ ବ୍ରତ ନାମରେ ମଧ୍ୟ ଜଣାଶୁଣା।ପଦ୍ମ ପୁରାଣ ଏବଂ ଭବିଷ୍ୟ ପୁରାଣରେ ଏହି ସପ୍ତମୀର ମହତ୍ତ୍ବ ବିଷୟରେ କୁହାଯାଇଛି। ବିଶ୍ୱାସ କରାଯାଏ ଯେ ସୃଷ୍ଟି ଆରମ୍ଭରେ ଭଗବାନ ସୂର୍ଯ୍ୟଙ୍କ ପ୍ରଥମ କିରଣ ପୃଥିବୀକୁ କେବଳ ମାଘ ମାସର ସପ୍ତମୀ ଦିନରେ ପଡ଼ିଥିଲା। ସେଥିପାଇଁ ଏହାକୁ ସୂର୍ଯ୍ୟ ଭଗବାନଙ୍କ ଜନ୍ମଦିନ ଭାବରେ ମଧ୍ୟ ବିବେଚନା କରାଯାଏ। ଏହି ବ୍ରତ ବିଷୟରେ ଏପରି ଏକ ବିଶ୍ୱାସ ଅଛି ଯେ ଏହି ସପ୍ତମୀ ତିଥିରେ ସୂର୍ଯ୍ୟ ଭଗବାନଙ୍କୁ ପୂଜା କରୁଥିବା ବ୍ୟକ୍ତି ପାପରୁ ମୁକ୍ତି ପାଇ ଉତ୍ତମ ଲୋକରେ ସ୍ଥାନ ପାଇଥାଏ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!