ବେନୋନି, ୭ା୨ : ଓ୍ବିିଲୋମୁର୍ ଷ୍ଟାଡିୟମରେ ମଙ୍ଗଳବାର ୫ଥର ଚାମ୍ପିୟନ ଭାରତ ୨ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ୧୯ ବର୍ଷରୁ କମ୍ ଆଇସିସି କ୍ରିକେଟ ବିଶ୍ୱକପ୍ର ଫାଇନାଲରେ ପ୍ରବେଶ କରିଛି। ୨୪୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଦଳ ୪୮.୫ ଓଭରରେ ୮ ଉଇେକେଟ ବିନିମୟରେ୨୪୮ ରନ କରି ମ୍ୟାଚ ଜିତି ନେଇଥିଲା। ମ୍ୟାଚରେ ଭାରତ ୩୨ରନ ସ୍କୋରରେ ୪ ଉଇକେଟ ହରାଇ ସଂକଟରେ ପଡ଼ିଥିଲା। ତେବେ ସଚିନ ଧସ୍ (୯୬ରନ) ଓ ଅଧିନାୟକ ଉଦୟ ସହରନ (୮୧)ଙ୍କ ମଧ୍ୟରେ ୫ମ ଉଇକେଟରେ ୧୭୧ ରନର ପାର୍ଟନରଶିପ ଯୋଗୁ ଦଳ ପାଇଁ ବିଜୟ ପଥ ସୁଗମ ହୋଇଥିଲା।୧୯ ବର୍ଷରୁ କମ ବିଶ୍ଵ କପ୍ରେ ଭାରତୀୟ ଦଳର ଦମଦାର ପ୍ରଦର୍ଶନ। ପ୍ରଥମ ସେମି ଫାଇନାଲ୍ରେ ଖେଳା ଯାଇଥିବା ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲ୍ରେ ପ୍ରବେଶ କରିଛି ଭାରତୀୟ ଦଳ। ଅଧିନାୟକ ଉଦୟ ଶରଣଙ୍କ ଅଧିନାୟକତ୍ଵ ଇନିଂସ ଓ ସଚିନ ଧାସଙ୍କ ଦମଦାର ଅର୍ଦ୍ଧଶତକ ବଳରେ ୧୯ ବର୍ଷରୁ କମ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ୨ ଓ୍ଵିକେଟ୍ରେ ପରାସ୍ତ କରିଛି। ଏଥିସହ ଭାରତ କ୍ରମାଗତ ୩ ଥର ଫାଇନାଲ୍ରେ ପ୍ରବେଶ କରିଥିବା ବେଳେ ମୋଟ୍ ନବମ ଥର ଫାଇନାଲ୍ ମୁକାବିଲା ଖେଳିବାକୁ ଯାଉଛି।ଏହି ମ୍ୟାଚରେ ଭାରତୀୟ ଦଳ ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ବିକେଟ ହରାଇ ୨୪୪ରନ କରିଥିଲା । ୨୪୫ ରନର ଲକ୍ଷ୍ୟର ପିଛା କରିଥିବା ଭାରତ ଆରମ୍ଭରୁ ଓ୍ବିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର ୩୨ରନରେ ୪ଟି ଓ୍ବିକେଟ ହରାଇଥିଲା ଭାରତ । ତେବେ ଉଦୟ ସାହାରନ ଓ ସଚିନ ଧାସଙ୍କ ମଧ୍ୟରେ ଏକ ବଡ଼ ପାର୍ଟନରସିପ ଦେଖିବାକୁ ମିଳିଥିଲା । ସାହାରନ ୮୧ ରନ କରିଥିବା ବେଳେ ଧାସ ୯୬ ରନ କରିଥିଲେ । ଭାରତ ୪୮.୫ ତମ ଓଭରରେ ୮ଟି ଓ୍ବିକେଟ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |