ଭୁବନେଶ୍ୱର , ୭ା୨:ଆଜିଠୁ 9 ତାରିଖ ଯାଏ ଇକୋ ରିଟ୍ରିଟ କୋଣାର୍କରେ ଅନୁଷ୍ଠିତ ହେବାକୁ ଯାଉଛି ପର୍ଯ୍ୟଟନ ବିଭାଗର ପଞ୍ଚମ ଓଡିଶା ଟ୍ରାଭେଲ ବଜାର । ଏନେଇ ବିଭାଗ ପକ୍ଷରୁ ସାମ୍ବାଦିକ ସମିଳନୀରେ ସୂଚନା ଦିଆଯାଇଛି । ଏହା ଏକ ଫ୍ଲାଗସିପ୍ ଇଭେଣ୍ଟ ହେବ । ଯାହା ଦ୍ବାରା ସମସ୍ତ ଡୋମେଷ୍ଟିକ, ଫରେନ ଟ୍ରାଭେଲ ଏବଂ ଟୁର ଅପରେଟର, ଡେଷ୍ଟିନେସନ ମ୍ୟାନେଜମେଣ୍ଟ କମ୍ପାନୀକୁ ଗୋଟିଏ ପ୍ଲାଟଫର୍ମରେ ଏକତ୍ର କରିବ । ବିଦେଶରେ ଓଡିଶା ପର୍ଯ୍ୟଟନ ସ୍ଥଳର ପ୍ରଚାର ପ୍ରସାରର ଏହାର ମୁଖ୍ୟ ଉଦେଶ୍ୟ ରହିଛି । ଏହି କାର୍ଯ୍ୟକ୍ରମରେ 16ଟି ଦେଶରୁ ଟୁର୍ ଅପରେଟର ଅଂଶଗ୍ରହଣ କରିବେ ବୋଲି ସୂଚନା ରହିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |