ନବରଙ୍ଗପୁର( ମିହିର ଶଙ୍କର ପାତ୍ର),୭ା୨:ଚିକିଲି ଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଓ ସହକାରୀ ଶିକ୍ଷୟତ୍ରୀ ମାନଙ୍କ ବଦଳି ଏବଂ ମଧ୍ୟାନ୍ନ ଭୋଜନରେ ଅନିୟମିତତା ର ବିରୋଧ କରି ଜାନୁଆରୀ ୨୯ ତାରିଖ ସୋମବାର ଦିନ ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇଥିଲେ । ଯାହା ଫଳରେ ଶିକ୍ଷା ବିଭାଗ ଚିକିଲି ବିଦ୍ୟାଳୟରୁ ୨ ଜଣ ଶିକ୍ଷକ ଯଥା ପ୍ରଧାନ ଶିକ୍ଷୟିତି ସୌଦାମିନୀ ନାୟକ ଓ ସହକାରୀ ଶିକ୍ଷକ ଉମେଶ ପାତ୍ର କୁ ବୋରିଗାଁ ବିଦ୍ୟାଳୟକୁ ବଦଳି କରି ସେଠାରୁ ୨ ଜଣ ଯୋଗ୍ୟ ଶିକ୍ଷକ ରାଇସିଂ ପୂଜାରୀ ଏଵଂ ଅନିଲ କୁମାର ଭୂୟାଁଙ୍କୁ ଚିକିଲି ବିଦ୍ୟାଳୟରେ ଅବସ୍ଥାପିତ କରିଛନ୍ତି |କିନ୍ତୁ ଚିକିଲି ଗ୍ରାମର ଶୁକ୍ଷକ ମାନଙ୍କ ବିଷୟରେ ଜାଣିବା ପରେ ବୋରିଗାଁ ଗ୍ରାମର ଅଭିଭାବକ ମାନେ ମଧ୍ୟ ତାଙ୍କ ପିଲା ମାନଙ୍କ ଭବିଷ୍ୟତ କୁ ନେଇ ଚିନ୍ତିତ ଥିବା ଜଣା ପଡିଛି ତେଣୁ, ବୋରିଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଶିକ୍ଷକଙ୍କ ବଦଳି କୁ ବାତିଲ କରିବା ପାଇଁ ବିଦ୍ୟାଳୟ ର ଛାତ୍ରୀ ଛାତ୍ର ମାନେ ମଙ୍ଗଳବାର ବିଦ୍ୟାଳୟ ଫାଟକ ତାଲା ପକାଇ ଧାରଣା ଦେଇଥିଲେ |ବର୍ତ୍ତମାନ ଦେଖିବାକୁ ବାକି ରହିଲା ଶିକ୍ଷା ବିଭାଗ କିଭଳି ପଦକ୍ଷେପ ନେଉଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |