ନୂଆଦିଲ୍ଲୀ,୯ା୨:ଦେଶର ନୂଆ ଲୋକପାଳ ହେବେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଏଏମ ଖାନୱିଲକର । ତାଙ୍କ ନିଯୁକ୍ତି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଓ ବିପକ୍ଷ ନେତା ଅଧିକ ରଞ୍ଜନ ଚୌଧୁରୀ ମୋହର ମାରି ସାରିଛନ୍ତି। ଗତକାଲି ଅନୁଷ୍ଠିତ ହୋଇଥିବା ଉଚ୍ଚସ୍ତରୀୟ ବୈଠବରେ ନୂତନ ଲୋକପାଳଙ୍କୁ ନିଯୁକ୍ତି ମିଳିଛି। ଗତ ବର୍ଷ ମେ’ରୁ ଏହି ପଦ ଖାଲି ପଡ଼ିଥିବା ବେଳେ ଏବେ ଏଏମ ଖାନୱିଲକର ଏବେଠୁ ଉକ୍ତ ପଦ ସମ୍ଭାଳିବେ। ଏହା ପୂର୍ବରୁ ଝାଡ଼ଖଣ୍ଡ ହାଇକୋର୍ଟ ବିଚାରପତି ପ୍ରଦୀପ କୁମାର ମହାନ୍ତି ଏହି ପଦରେ ନିଯୁକ୍ତ ହୋଇଥିଲେ। ସେ ୨୦୧୯ ମସିହାରୁ ୨୦୨୨ ମସିହା ପର୍ଯ୍ୟନ୍ତ ଲୋକପାଳ ପଦ ସମ୍ଭାଳିଥିଲେ।ଜଷ୍ଟିସ ଖାନୱିଲକର ୨୦୨୨ ମସିହା ଜୁଲାଇ ୨୯ ତାରିଖରେ ନିଜ ପଦରୁ ଅବସର ନେଇଥିଲେ। ତାଙ୍କ ଦ୍ୱାରା ଗଠିତ ପୀଠ The Prevention of Money Laundering Act( PMLA) ଅଧିନିୟମରେ ସଂଶୋଧନ କରିଥିଲେ। ଇଡି ପକ୍ଷରୁ ଜାରି ହେଉଥିବା ସମନ, ତଲାସୀ, ସିଜ୍, ରେଡ୍କୁ ଏହି ପୀଠ ଠିକ୍ ବୋଲି ଦର୍ଶାଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |