ସରିଲା ଷୋଡ଼ଶ ବିଧାନସଭାର ଶେଷ ଅଧିବେଶନ

ଭୁବନେଶ୍ୱର,୯।୨: ସରିଲା ଷୋଡଶ ବିଧାନସଭାର ଶେଷ ଅଧିବେଶନ । ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ଯାଏ ମୁଲତବୀ କଲେ ବାଚସ୍ପତି । ବିଧାନସଭାର ଏହି ଅଧିବେଶନ ୨ ଟି କାର୍ଯ୍ୟଦିବସ ପୂର୍ବରୁ ସରିଲା ଓ ମୋଟ ୫ ଦିନ ଚାଲିଲା ।ଗୃହ ଆସନ୍ତା ୧୩ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟସୂଚୀ ଥିଲେ ମଧ୍ୟ ଦୁଇଟି କାର୍ଯ୍ୟଦିବସ ଥାଇ ଆଜି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି । ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ । ଚଳିତ ଅଧିବେଶନରେ ଗତକାଲି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆଗତ ୪ମାସିଆ କାମଚଳା ବଜେଟକୁ ଉପସ୍ଥାପନ ଓ ଆଜି ଏହା ପାରିତ ହେବାପରେ ଶାସକ ଦଳ ଗୃହକୁ ବନ୍ଦ କରିବା ପାଇଁ ପ୍ରସ୍ତାବ ଦେଇଥିଲା ।ଷୋଡଶ ବିଧାନସଭାର ଶେଷ ଅଧିବେଶନରେ ଶାସକ ଓ ବିରୋଧୀ ଦଳର ବିଧାୟକଙ୍କୁ ଗୋଟିଏ ଫଟୋ ଫ୍ରେମ୍‌ରେ ଦେଖିବାକୁ ମିଳିଛି । ଗତ ୫ ତାରିଖ ଠାରୁ ଆରମ୍ଭ ହୋଇଥିବା ବଜେଟ୍ ଅଧିବେଶନରେ ଅବସରରେ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କ ସହିତ ବିଧାୟକମାନେ ଆଜି ଏକତ୍ର ଫଟୋ ଉଠାଇଛନ୍ତି ଓ ପରସ୍ପରକୁ ଆଗାମୀ ରାଜନୈତିକ ଯାତ୍ରା ପାଇଁ ଶୁଭେଚ୍ଛା ଓ ଶୁଭ କାମନା ଜଣାଇଛନ୍ତି ।ଗୃହର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ଅଧିବେଶନକୁ ମୁଲତବୀ ରଖିବା ପ୍ରସ୍ତାବ ଉପରେ ଆଲୋଚନାରେ ଭାଗ ନେଇ କହିଥିଲେ ଯେ, ଏହି ଅଧିବେଶନର ପାଂଚଟି କାର୍ଯ୍ୟଦିବସ ଥିଲା । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ପାରିତ ହୋଇଥିଲା । ବଜେଟ୍ ବି ପାରିତ ହୋଇଛି । ଆମ ରାଜ୍ୟର ବିକାଶରେ୧୬ତମ ବିଧାନସଭା ଘଟଣାବହୁଳ ଓ ସ୍ମରଣୀୟ ଥିଲା । ବିଗତ ୫ବର୍ଷ ମଧ୍ୟରେ ବାଚସ୍ପତି, ଉପବାଚସ୍ପତି ଓ ଅଧିଷ୍ଠାତା ପ୍ୟାନେଲଙ୍କୁ ଗୃହ ସୁପରିଚାଳନା ନିମନ୍ତେ ଧନ୍ୟବାଦ ଜଣାଇଥିଲେ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏହି ଫଟୋସୁଟ୍‌ରେ ଅନେକ ବିଧାୟକ ଭାବବିହ୍ୱଳ ହୋଇଥିବାର ଦେଖିବାକୁ ମିଳିଛି । ସୁର ରାଉତରାୟ, ନରସିଂହ ମିଶ୍ରଙ୍କ ଭଳି ନେତାଙ୍କର ଏହା ଶେଷ ବିଧାନସଭା ଅଧିବେଶନ ଥିଲା । କାରଣ ଉଭୟ ୨୦୨୪ ନିର୍ବାଚନରେ ଆଉ ପ୍ରତିନ୍ଦ୍ୱନ୍ଦିତା କରିବେନି ବୋଲି ପୂର୍ବରୁ ଘୋଷଣା କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!