ନୂଆଦିଲ୍ଲୀ,୯।୨:ଭାରତ ରତ୍ନ ପାଇବେ ଚୌଧୁରୀ ଚରଣ ସିଂହ, ପିଭି ନରସିଂହା ରାଓ ଓ ଏମଏସ୍ ସ୍ୱାମୀନାଥନ |ଭାରତ ରତ୍ନ ପାଇଁ ଆଉ ତିନି ଜଣଙ୍କ ନାମ ଘୋଷଣା କଲେ କେନ୍ଦ୍ର ସରକାର। ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ, ପିଭି ନରସିଂହା ରାଓ ଏବଂ କୃଷି ବୈଜ୍ଞାନିକ ତଥା ସବୁଜ ବିପ୍ଳବର ଜନକ ଏମଏସ୍ ସ୍ୱାମୀନାଥନଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯିବ। ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ ନେଇ ଆଜି କେନ୍ଦ୍ର ସରକାର ଏହି ତିନି ଜଣ ମହାନ ବ୍ୟକ୍ତିତ୍ୱଙ୍କ ନାମ ଘୋଷଣା କରିଛନ୍ତି। ପୂର୍ବରୁ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜ ସେବୀ କର୍ପୂରୀ ଠାକୁର ଏବଂ ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବା ନେଇ ଘୋଷଣା କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ଏକ୍ସ ଯୋଗେ ସୂଚନା ଦେଇଥିଲେ। ଚୌଧୁରୀ ଚରଣ ସିଂହ, ପିଭି ନରସିଂହା ରାଓ ଏବଂ ଏମଏସ୍ ସ୍ୱାମୀନାଥନଙ୍କୁ ଭାରତ ରତ୍ନ ପ୍ରଦାନ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଏକ୍ସ ଯୋଗେ ସୂଚନା ଦେଇଛନ୍ତି।ପ୍ରଧାନମନ୍ତ୍ରୀ ମୋଦି ଚୌଧୁରୀ ଚରଣ ସିଂହଙ୍କୁ ଭାରତ ରତ୍ନରେ ସମ୍ମାନିକ କରିବା ନେଇ ଘୋଷଣା କରି କହିଛନ୍ତି, ଚୌଧୁରୀ ଚରଣ ସିଂହ କୃଷି ଏବଂ କୃଷକଙ୍କ ଅଧିକାର ତଥା କଲ୍ୟାଣ ପାଇଁ ତାଙ୍କ ଜୀବନକୁ ଉତ୍ସର୍ଗ କରିଛନ୍ତି। ସେହିପରି ଅନ୍ୟ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହା ରାଓଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ। ଭାରତକୁ ଆର୍ଥିକ ଦୃଷ୍ଟିରୁ ଉନ୍ନତ କରିବା ତଥା ଦେଶର ସମୃଦ୍ଧତା ଓ ବିକାଶ କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |