୧୦ ହଜାର ବର୍ଷର କ୍ୟାଲେଣ୍ଡର ଉନ୍ମଚିତ ହେଲା “ନୂଆ- ଓ” ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ର ଉଦଯାପନି ଉତ୍ସବରେ

 

ନବରଙ୍ଗପୁର(ମିହିର ଶଙ୍କର ପାତ୍ର),,୯।୨:-ଡାବୁଗାଁ ବ୍ଳକ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନୂଆ ଓ- ଯୁବ ବିକାଶ କାର୍ଯ୍ୟକ୍ରମ ର ଉଦଯାପନି ଉତ୍ସବ ଶୁକ୍ରବାର ପାଳନ ହୋଇଯାଇଛି। ଏହି ଅବସରରେ ଅଧ୍ୟାପକ ରମେଶ ଚନ୍ଦ୍ର ନାହକଙ୍କ ଦ୍ୱାରା ପ୍ରସ୍ତୁତି ହୋଇଥିବା ୧୦ହଜାର ବର୍ଷର କ୍ୟାଲେଣ୍ଡ ଉନ୍ମଚିତ ହେଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ମୁଖ୍ୟ ବକ୍ତା ନବରଙ୍ଗପୁର ମହାବିଦ୍ୟାଳୟ ଅଧ୍ୟାପକ ବିଜୟ କୁମାର ମିଶ୍ର , ସମ୍ମାନିତ ଅତିଥି ଜୋନ -୧ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗୁପ୍ତ ବିଶୋଇ, ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ, ଏମପି ପ୍ରତିନିଧି ଏମ ଅପ୍ପା ରାଓ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବିଡ଼ିଓ ଶରତ ମାଝୀ, ଏବିଡ଼ିଓ ପଦ୍ମନାଭ ତ୍ରିପାଠୀ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଆଗକୁ ବଢିବା ପାଇଁ ଉଦବୋଧନ ଦେଇଥିଲେ | ଏହି କାର୍ଯ୍ୟକ୍ରମ କୁ ଅଧ୍ୟାପକ ରମେଶ ଚନ୍ଦ୍ର ନାହକ ଅତିଥି ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ |ପରେ ଛାତ୍ରୀ ଛାତ୍ର ମାନଙ୍କ ମଧ୍ୟରେ ଅନୁଷ୍ଠିତ କ୍ରିକେଟ ଖେଳ, ଦୌଡ, ଭଲିବଲ , ଫୁଟବଲ , କବାଡି, ମ୍ୟିଯିକ ଚ୍ୟାର, ଖୋଖୋ, ସଟଫୁଟ, ଡିସ୍କ ଥ୍ରୋ , ଲମ୍ବଡିଆଁ, ଉଚ୍ଚ ଡିଆଁ ପ୍ରମୁଖ ଖେଳ କୁ ଅଧ୍ୟାପକ ଶିବପ୍ରସାଦ ସାହୁ ପରିଚାଲାଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗୀତାରେ କୃତକାର୍ଯ୍ୟ ହୋଇଥିବା ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରୀ ଛାତ୍ର ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l ଉର୍ମିଳା ବ୍ରହ୍ମା, ଇତିହାସ ବିଭାଗ ମୁଖ୍ୟ ଅଧ୍ୟାପିକା ପୁଷ୍ପାଞ୍ଜଳି ସାହୁ ଓ ଓଡିଆ ବିଭାଗ ମୁଖ୍ୟ ଅଧ୍ୟାପିକା ଚନ୍ଦନା ପଣ୍ଡା ପ୍ରମୁଖ ଦାୟିତ୍ଵ ତୁଲାଇଥିଲେ | ଏଥିରେ ସାହିତ୍ୟ କାର୍ଯ୍ୟକ୍ରମ ମୁଖ୍ୟ ଅଧ୍ୟାପକ ସରୋଜ କୁମାର ବୋଡ଼କିଆ, ଅଧ୍ୟାପିକା ପ୍ରତୀକ୍ଷା ପ୍ରିୟଦର୍ଶନୀ ସ୍ଵାଇଁ ଓ ବିଦ୍ୟାଳୟର ସମସ୍ତ ଛାତ୍ରୀଛାତ୍ର ମାନେ ଉପସ୍ଥିତ ଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!