ରାଜଧାନୀର ଲୋୟର ପିଏମ୍ଜିରେ ଲାଗିଲା ବେକାରୀ ହାଟ

ଭୁବନେଶ୍ୱର,୯।୨:ରାଜଧାନୀର ଲୋୟର ପିଏମ୍ଜିରେ ଲାଗିଲା ବେକାରୀ ହାଟ । ହାଟରେ ବିକ୍ରି ହେଲା ଶାଢ଼ୀ, ଚୁଡ଼ି, ମୁଢି, ମାଂସ ସହ ଦହିବରା, ଆଚାର, ପମ୍ପଡ଼ । ଏଭଳି ବିକ୍ରି କରି ଆଜି ଭିନ୍ନ ଢଙ୍ଗରେ ପ୍ରତିବାଦ କରିଛନ୍ତି ଆଶାୟୀ ସ୍ୱତନ୍ତ୍ର ଶିକ୍ଷକ ସଂଘ । ରାଜ୍ୟରେ ସାଧାରଣ ସ୍କୁଲ ଗୁଡିକରେ ଦିବ୍ୟଙ୍ଗ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ହେବାର ନିୟମ ରହିଛି । କେଉଁ ଆଶାୟୀ ଶିକ୍ଷକ ୨୦୧୨ ତ ଆଉ କିଏ ୨୦୧୪ରୁ ସ୍ଵତନ୍ତ୍ର ଶିକ୍ଷକ ପାଇଁ ତାଲିମ ନେଇ ଘରେ ବସିଛନ୍ତି । କିନ୍ତୁ ନିଯୁକ୍ତି ମିଳୁନାହିଁ । ବାରମ୍ବାର ରାଜ୍ୟ ସରକାରଙ୍କୁ ଗୁହାରି କରିଥିଲେ ମଧ୍ୟ ନା ବିଭାଗ ନା ସରକାର ଏ ପ୍ରତି ଧ୍ୟାନ ଦେଇଛନ୍ତି । ଯାହାକୁ ନେଇ ଆଜି ଏକ ପ୍ରତିବାଦ ସଭା କରିଥଲା ସଂଘ । ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଥିବା ଅଭିଯୋଗ ହେଉଥିବା ବେଳେ ଆଶାୟୀ ଶିକ୍ଷକ ମାନଙ୍କ ଏଭଳି ପ୍ରତିବାଦ ଏହାକୁ ପ୍ରମଣିତ କରୁଛି । ଯଦି ଆଗାମୀ ଦିନରେ ସରକାର ଦିବ୍ୟଙ୍ଗ ପିଲାମନଙ୍କ ପାଇଁ । ପୋଷ୍ଟ ନ ବାହାର କରନ୍ତି ତେବେ ନବୀନ ନିବାସରେ ବେକାରୀ ହାଟ ବସିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଆଶାୟୀ ଶିକ୍ଷକ । ସେପଟେ ଆଜି ସକାଳୁ ସକାଳୁ ଗଣ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲେ । ଓଡିଶା ୧ ମାଧ୍ୟମିକ ସଂସ୍କୃତ ଶିକ୍ଷକ – ହିନ୍ଦୀ ଶିକ୍ଷକ ମିଳିତ ମଞ୍ଚ । ଦୀର୍ଘ ଦିନ ଧରି ନୂତନ କ୍ୟାଡର ରୂଲକୁ ଲାଗୁ କରାଯାଉନଥିବା କାରଣରୁ ଏଭଳି ଆମରଣ ଅନଶନର ଡାକରା ଦେଇଛି ସଂଘ । ସେପଟେ ଲୋୟର ପିଏମ୍ଜିରେ ହଜାର ହଜାର ଓଡିଶା ସରକାରୀ ହାଇସ୍କୁଲ ନୂତନ ପେନସନ୍ ଯୋଜନା ଭୁକ୍ତ ଶିକ୍ଷକ ସଂଘର ଜୋରଦାର ଆନ୍ଦୋଳନ ଦେଖିବାକୁ ମିଳିଛି । ୨୦୦୪ରୁ ୨୦୧୩ମସିହା ଭିତରେ ଚାକିରି କରିଥିବା ଶିକ୍ଷକଙ୍କ ପ୍ରତି ସରକାର ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି ସଂଘ ସଭାପତି ।  ୬ ବର୍ଷର ଚୁକ୍ତି ଅବଧିକୁ ମୂଳ ଚାକିରୀରେ ଗଣନା ସହ ନାଶନାଲ ଇଂନ୍କ୍ରିମେଣ୍ଟ ଦାବି କରିଛନ୍ତି ଶିକ୍ଷକ । ଦାବି ପୂରଣ ନହେଲେ ମାଟ୍ରିକ ପରୀକ୍ଷା ବର୍ଜନ କରିବାର ଚେତବନୀ ଦେଇଛନ୍ତି ଶିକ୍ଷକ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!