ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ,ସନ୍ଧ୍ୟାରେ ଭୁବନେଶ୍ବର ପହଞ୍ଚିବ ମରଶରୀର

ଭୁବନେଶ୍ୱର,୧୦।୨: ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି। ୮୭ ବର୍ଷ ବୟସରେ ପରଲୋକ ହୋଇଛି। ଚେନ୍ନାଇସ୍ଥିତ ବାପ ଘରେ ମୃତଦେହ ରହିଛି। ସେଠାରୁ ଅପରାହ୍ନ ୧୨ଟା ପରେ ଚେନ୍ନାଇ ଏୟାରପୋର୍ଟ ଯିବ ମରଶରୀର। ସେଠାରୁ ବିମାନ ଯୋଗ ଭୁବନେଶ୍ୱରରେ ସନ୍ଧ୍ୟାରେ ପହଞ୍ଚିବ ।ଖଲ୍ଲିକୋଟ ଓ କବିସୂର୍ଯ୍ୟନଗରରୁ ୧୦ ଥର ବିଧାୟିକା ହୋଇଛନ୍ତି ସୁଜ୍ଞାନ କୁମାରୀ। ଖଲ୍ଲିକୋଟ ନିର୍ବାଚନମଣ୍ଡଳୀରୁ ୮ଥର ଓ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀରୁ ୨ଥର ବିଧାୟିକା ଥିଲେ |ସନ୍ଧ୍ୟାରେ ପହଞ୍ଚିବ ଭି.ସୁଜ୍ଞାନ କୁମାରୀ ଦେଓଙ୍କ ମରଶରୀର । ଏନେଇ ସୂଚନା ଦେଲେ ମର୍ଦ୍ଦରାଜ ପରିଷଦ ସମ୍ପାଦକ ସୁଧାଂଶୁ ସାହୁ । ‘ଚେନ୍ନାଇରୁ ବିମାନ ଯୋଗେ ସନ୍ଧ୍ୟାରେ ଭୁବନେଶ୍ବର ପହଞ୍ଚିବ’ । ‘ଏହାପରେ ମରଶରୀର ଖଲ୍ଲିକୋଟ ନିଆଯିବାର ବ୍ୟବସ୍ଥା ହେବ’ । ‘ଶେଷକୃତ୍ୟ ପାଇଁ ପରବର୍ତ୍ତୀ ଅବସ୍ଥାରେ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେବ’ । ବିଳମ୍ବିତ ରାତିରେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭି.ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ ଘଟିଛି ।ଭୁବନଶ୍ୱରରେ ବିଧାନ ସଭା ଓ ଶଙ୍ଖ ଭବନକୁ ଯିବ ମରଶରୀର । ସେଠାରେ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ଦର୍ଶନ କରି ଶେଷ ସମ୍ମାନ ଜଣାଇବେ। ଏହାପରେ ତାଙ୍କ ମୃତଦେହକୁ ଖଲ୍ଲିକୋଟସ୍ଥିତ ବାସଭବନକୁ ନିଆଯିବ । ରବିବାର ଅପରାହ୍ନ ୪ଟଶ ପର୍ଯ୍ୟନ୍ତ  ରାଣୀଙ୍କ ମରଶରୀର ସାଧାରଣ ଦର୍ଶନ ପାଇଁ ରଖାଯିବ । ଏହାପରେ ରାଜପ୍ରସାଦର ନିୟମ ଅନୁଯାୟୀ ଖଲ୍ଲିକୋଟ ରାଜାଙ୍କ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ।ସେ କିଛିଦିନ ହେବ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ଗତ କିଛି ଦିନ ହେବା ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା କାରଣରୁ ତାଙ୍କୁ ହସସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଖଲିକୋଟରୁ ୮ ଥର ଏବଂ କବିସୂର୍ଯ୍ୟନଗରରୁ ୨ ଥର ବିଧାୟିକା ହୋଇଥିଲେ । ୧୯୬୧ରେ ରାଜନୀତି ଜୀବନ ଆରମ୍ଭ କରିଥିଲେ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେନ୍ନାଇ ଯାଇ ଭି. ସୁଜ୍ଞାନ କୁମାରୀ ଦେଓଙ୍କୁ ହସ୍ପିଟାଲରେ ଭେଟିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ସୁସ୍ଥତା କାମନା କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!