୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ପ୍ରଧାନ ଶିକ୍ଷକ

ଜଗତସିଂହପୁର ,୧୦।୨:  ଭିଜିଲାନ୍ସ ହାତରେ ଧରାପଡିଲେ ଟାଉନ ହାଇସ୍କୁଲର ପ୍ରଧାନ ଶିକ୍ଷକ । କେନ୍ଦ୍ରାପଡାର ଶିକ୍ଷକ ନିରଞ୍ଜନ ଅତି । ୫ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଛନ୍ତି ପ୍ରଧାନ ଶିକ୍ଷକ ଜଣକ । କେନ୍ଦ୍ରାପଡ଼ା ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ନିରଞ୍ଜନ ଆତି ଜଣେ ଅଭିଯୋଗକାରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗର କର୍ମଚାରୀଙ୍କ ହାତରେ ଧରାପଡ଼ିଛନ୍ତି।ଲୋନ୍‌ କାଗଜପତ୍ରରେ ଦସ୍ତଖତ ପାଇଁ କର୍ମଚାରୀଙ୍କଠୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଛି । ନଗଦ ଟଙ୍କା ଜବତ ହେବା ସହ ଏକକାଳୀନ ୪ଟି ସ୍ଥାନରେ ଚଢଉ କରାଯାଇଛି । କଟକ ଭିଜିଲାନ୍ସ ଟିମ୍‌ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।ସୂଚନା ଅନୁସାରେ ଶ୍ରୀ ଆତି ନିଜ ସ୍କୁଲର ଜଣେ କର୍ମଚାରୀଙ୍କ ଗୃହ ଋଣ ପାଇଁ ଅଭିଯୋଗକାରୀଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏବାବଦରେ ଅଭିଯୋଗକାରୀ ଭିଜିଲାନ୍ସ ବିଭାଗରେ ଅବଗତ କରିଥିଲେ। ତେବେ ଯୋଜନା ଅନୁସାରେ ଆଜି ପ୍ରଧାନଶିକ୍ଷକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଅତର୍କିତ ଚଢ଼ଉ କରିଥିଲା। ଭିଜିଲାନ୍ସ କର୍ମଚାରୀମାନେ ଘଟଣାସ୍ଥଳରୁ ୫୦୦୦ ଟଙ୍କା ଜବତ କରିଥିଲେ। ଏହା ପରେ ଭିଜିଲାନ୍ସ ବିଭାଗ ପ୍ରଧାନଶିକ୍ଷକଙ୍କ ବିଭିନ୍ନ ଠିକଣାରେ ସର୍ଚ୍ଚ କରୁଛି। ଏଥି ସହିତ ଏକ ମାମଲା ରୁଜୁ କରିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!