ନୂଆଦିଲ୍ଲୀ,୧୦।୨:ନୂଆ ଭୋଟରଙ୍କ ସଂଖ୍ୟା ୬ ପ୍ରତିଶତ ବୃଦ୍ଧି । ଆଗାମୀ ଲୋକସଭା ନିର୍ବାନ ପାଇଁ ମତଦାତା ସୂଚୀର ପୁନଃନିରୀକ୍ଷଣ ଫଳାଫଳ ମୁତାବକ ଦେଶରେ ନୂଆ ଭୋଟରଙ୍କ ସଂଖ୍ୟା ୬ ପ୍ରତିଶତ ବୃଦ୍ଧି ପାଇଛି । ନୂଆ ଭୋଟରଙ୍କ ମଧ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି । ନିର୍ବାଚନ ଆୟୋଗଙ୍କ ସୂଚନା ମୁତାବକ ଦେଶର ମୋଟ ଜନସଂଖ୍ୟାର ୬୬.୭୬ ପ୍ରତିଶତ ଯୁବ ଭୋଟର ରହିଛନ୍ତି । ଦେଶରେ ୧୮ ରୁ ୨୯ ବର୍ଷ ମଧ୍ୟରେ ୨ କୋଟି ନୂଆ ଭୋଟର ପଞ୍ଚିକରଣ କରିଛନ୍ତି ।ଦେଶରେ ମୋଟ ଭୋଟଦାତାଙ୍କ ସଂଖ୍ୟା ୯୬.୮୮ କୋଟିରେ ପହଂଚିଛି । ୨୦୧୯ ସାଧାରଣ ନିର୍ବାଚନ ତୁଳନାରେ ଏହା ୬ ପ୍ରତିଶତ ବୃଦ୍ଧି ପାଇଛି । ଚଳିତବର୍ଷ ୨.୬୩ କୋଟି ନୂଆ ଭୋଟର ପଞ୍ଜିକରଣ କରିଛନ୍ତି । ତା ମଧ୍ୟରୁ ୧.୪୧ କୋଟି ମହିଳା ଭୋଟ ଓ ୧.୨୨ କୋଟି ପୁରୁଷ ଭୋଟର ସାମିଲ ହୋଇଛନ୍ତି । ଭୋଟଦାତାଙ୍କ ଲିଙ୍ଗଗତ ଅନୁପାତ ୨୦୨୩ରେ ୯୪୦ ଥିବା ବେଳେ ୨୦୨୪ରେ ଏହା ୯୪୮କୁ ବୃଦ୍ଧି ପାଇଛି । ଅର୍ଥାତ ୧ ହଜାର ପୁରଷ ଭୋଟର ସ୍ଥାନରେ ୯୪୮ ମହିଳା ଭୋଟର ଅଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |