ଭୁବନେଶ୍ୱର,୧୧।୨: ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କର ଆଜି ହେବ ଶେଷକୃତ୍ୟ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ଥିବା ରାଜ ପରିବାରର ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ କରାଯିବ।ଗତକାଲି ମଧ୍ୟ ରାତ୍ରିରେ ତାଙ୍କ ପାର୍ଥିବ ଶରୀରକୁ ପ୍ରଥମେ ରମ୍ଭା ରାଜପ୍ରାସାଦକୁ ନିଆଯାଇଥିଲା। ସେଠାରୁ ତାଙ୍କ ମୃତଦେହକୁ ଖଲ୍ଲିକୋଟ ବାସଭବନକୁ ନିଆଯାଇଥିଲା। ସେଠାରେ ବହୁ ବିଧାୟକ, ମନ୍ତ୍ରୀ, ସମର୍ଥକ ଓ ଅଞ୍ଚଳବାସୀ ତାଙ୍କର ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।ଆଜି ସକାଳୁ ଭି. ସୁଜ୍ଞାନ କୁମାରୀ ଦେଓଙ୍କର ଶେଷ ଦର୍ଶନ କରୁଛନ୍ତି ବିଭିନ୍ନ ବୟସ ଓ ବର୍ଗର ଲୋକେ। ଦିନ ୧୨ଟା ପର୍ଯ୍ୟନ୍ତ ଲୋକେ ତାଙ୍କର ଶେଷ ଦର୍ଶନ କରିପାରିବେ। ଏହା ପରେ ତାଙ୍କ ପାର୍ଥିବ ଶରୀରକୁ ରାଜ ପରିବାରର ଶ୍ମଶାନକୁ ନିଆଯାଇ ଅନ୍ତ୍ୟେଷ୍ଟି କ୍ରିୟା କରାଯିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |