ନୂଆଦିଲ୍ଲୀ,୧୨ା୨: ପ୍ରାୟ ୨୦୦ କୃଷକ ସଂଗଠନ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ନିଶ୍ଚିତ କରୁଥିବା ଆଇନ ଲାଗୁ କରାଯିବା ଓ ଅନ୍ୟ ଦାବି ନେଇ କେନ୍ଦ୍ର ସରକାର ବିରୋଧରେ ରଣହୁଙ୍କାର ଦେଇଛନ୍ତି। ଫେବ୍ରୁଆରି ୧୩, ୨୦୨୪ରେ ‘ଦିଲ୍ଲୀ ଚଲୋ’ ପଦଯାତ୍ରା ଘୋଷଣା ହୋଇଥିବାରୁ ଏହାର ମୁକାବିଲା ପାଇଁ ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଛି। ଚାଷୀ ବିକ୍ଷୋଭକୁ ଦୃଷ୍ଟିରେ ରଖି ଦିଲ୍ଲୀ-ୟୁପି ସୀମା ଏବଂ ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ଏହା ସହିତ ପଞ୍ଜାବ-ହରିଆଣା ସୀମା ସିଲ୍ କରାଯାଇଛି| ସଂଯୁକ୍ତ କିଶାନ ମୋର୍ଚ୍ଚା (ଏସକେଏମ୍) ୧୩ରେ ‘ଦିଲ୍ଲୀ ଚଲୋ’ ଡାକରା ଦେଇଛି। ଏହାକୁ ନେଇ କୃଷକ ଜିଦ୍ରେ ଅଟଳ ରହିଛନ୍ତି। ଏହି ଯାତ୍ରା ପୂର୍ବରୁ ହରିୟାଣା ଏବଂ ପଞ୍ଜାବର ଶମ୍ଭୁ, ଖନୌରି ସମେତ ସବୁ ସୀମାକୁ ସିଲ୍ କରିଦିଆଯାଇଛି। ସିଙ୍ଘୁ ଏବଂ ଟିକରି ସୀମାରେ ସିମେଣ୍ଟର ବ୍ୟାରିକେଡ ଲଗାଯାଇଛି। ପଞ୍ଜାବରୁ ଆସୁଥିବା କୃଷକଙ୍କ ଗାଡ଼ିକୁ ନ ଛାଡ଼ିବା ଶମ୍ଭୁ ସୀମା ଏବଂ ଫତେହାବାଦରେ ବଡ଼ ବଡ଼ ଲୁହା କଣ୍ଟା ପୋତା ଯାଇଛି। ହରିୟାଣାର ୭ ଜିଲ୍ଲାରେ ରବିବାର ସକାଳ ୬ଟାରୁ ଇଣ୍ଟରନେଟ, ଡଙ୍ଗଲ ଏବଂ ବଲ୍କ ଏସଏମ୍ଏସ ବନ୍ଦ କରିଦିଆଯାଇଛି। ୧୩ ତାରିଖ ରାତି ୧୨ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ।ଉତ୍ତରପ୍ରଦେଶ, ହରିଆଣା ଏବଂ ପଞ୍ଜାବର କୃଷକ ସଙ୍ଗଠନମାନେ ଫେବ୍ରୁଆରି ୧୩ ତାରିଖରେ ନୂଆଦିଲ୍ଲୀରେ ଏହି ପଦଯାତ୍ରା ପାଇଁ ଆହ୍ବାନ କରିଛନ୍ତି। ଆଜି କେନ୍ଦ୍ର ସହ କୃଷକମାନଙ୍କର ଏ ସଂକ୍ରାନ୍ତରେ ଆଲୋଚନା ହେବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |