ନୂଆଦିଲ୍ଲୀ,୧୨।୨: ରାଜ୍ୟସଭା ପ୍ରାର୍ଥୀ ହେବେ ସୋନିଆ ଗାନ୍ଧୀ |ରାଜ୍ୟସଭା ନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ୨୭ ଫେବୃୟାରୀରେ ରାଜ୍ୟର ୫୬ ରାଜ୍ୟସଭା ସିଟ୍ରେ ନିର୍ବାଚନ ହେବ । ଏହି ୫୬ ସିଟ୍ ମଧ୍ୟରୁ ୯ ସିଟ୍ କଂଗ୍ରେସର ଖାତାକୁ ଯିବ ବୋଲି ଅନୁମାନ କରାଯାଉଛି । ବିଜେପି ଓ ଟିଏମ୍ସି ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି । ଏହାରି ମଧ୍ୟରେ ଏବେ କଂଗ୍ରେସ ଦଳ ବି ଏହାର କିଛି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।ସୋନିଆ ଗାନ୍ଧୀ ଏବେ ରାଜସ୍ତାନରୁ କଂଗ୍ରେସର ରାଜ୍ୟସଭା ପ୍ରାର୍ଥୀ ହୋଇପାରନ୍ତି । ସେହିପରି ତାଙ୍କ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରା ସକ୍ରିୟ ରାଜନୀତିକୁ ଆସିବେ। କଂଗ୍ରେସ ତଥା ସୋନିଆଙ୍କ ଗଡ଼ କୁହାଯାଉଥିବା ଉତ୍ତର ପ୍ରଦେଶର ରାଏ ବରେଲୀରୁ ପ୍ରିୟଙ୍କା ଲୋକସଭା ନିର୍ବାଚନ ଲଢ଼ିବେ।ସେହିପରି ଅଭିଷେକ ମନୁ ସିଙ୍ଘବୀ କର୍ଣ୍ଣାଟକରୁ, ଅଖିଳେଶ ପ୍ରସାଦ ସିଂହ ବିହାରରୁ ରାଜ୍ୟସଭା ପ୍ରାର୍ଥୀ ହୋଇପାରନ୍ତି । ପାର୍ଟି ପୁଣି ଥରେ ସୟେଦ ନାସିର ହୁସେନ୍ ଓ ଅଜୟ ମାକନଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିପାରନ୍ତି । ମିଳିଥିବା ସୂଚନା ଅନୁସାରେ ଆଗାମୀ ୧ରୁ ୨ ଦିନ ମଧ୍ୟରେ କଂଗ୍ରେସ ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |