ନୂଆଦିଲ୍ଲୀ,,୧୩।୨:କେନ୍ଦ୍ର ସରକାରଙ୍କ ସହ ଗତ ରାତିରେ ହୋଇଥିବା ଆଲୋଚନା ବିଫଳ ହେବା ପରେ ଆଜି ଦିଲ୍ଲୀମୁହାଁ ହୋଇଛନ୍ତି ବିଭିନ୍ନ ଚାଷୀ ସଂଗଠନର ହଜାର ହଜାର ଚାଷୀ । ଦିନ ୧୦ଟା ବେଳେ ଆନ୍ଦୋଳନ ଥିବା ବେଳେ ରାସ୍ତାକୁ ଓହ୍ଲାଇଛନ୍ତି ପ୍ରାୟ ୨୦ ହଜାର ଚାଷୀ । ଏଥିପାଇଁ ଦିଲ୍ଲୀ ସୀମାକୁ ବିଭିନ୍ନ ସ୍ଥାନରେ ସିଲ୍ କରି ଦିଆଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।ଗତରାତିରେ ଚଣ୍ଡିଗଡ଼ରେ ଉଭୟ କେନ୍ଦ୍ର ସରକାର ଓ ଚାଷୀ ସଙ୍ଗଠନ ମଧ୍ୟରେ ପ୍ରାୟ ୫ ଘଣ୍ଟା କାଳ ଆଲୋଚନା ଚାଲିଥିଲା । କେନ୍ଦ୍ର ସରକାରଙ୍କ ତରଫରୁ ଖାଦ୍ୟ ଓ ଉପଭୋକ୍ତା ମନ୍ତ୍ରୀ ପୀୟୂଷ ଗୋୟଲ ଓ କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଯୋଗ ଦେଇଥିଲେ। ସେମାନେ ଦୀର୍ଘ ସମୟ ଧରି ଚାଷୀଙ୍କ ସହ ଆଲୋଚନା କରିଥିବା ବେଳେ ଉଭୟ ପକ୍ଷ ମଧ୍ୟରେ ସହମତି ହୋଇ ପାରି ନ ଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |