କୃଷକ ଆନ୍ଦୋଳନ; ଭାଙ୍ଗିଦେଲେ ଫ୍ଲାଏଓଭର ବ୍ୟାରିୟର

ନୂଆଦିଲ୍ଲୀ, ୧୩।୨: ହରିୟାଣା ଓ ପଞ୍ଜାବ ସୀମାରେ ଥିବା ଶମ୍ଭୁ ସୀମାରେ ଆନ୍ଦୋଳନରତ କୃଷକମାନେ ଫ୍ଲାଏଓଭରରେ ସୁରକ୍ଷା ପାଇଁ ଥିବା ପ୍ରତିବନ୍ଧକ ଭାଙ୍ଗିଛନ୍ତି। ନ୍ୟୁଜ୍ ଏଜେନ୍ସି ଏଏନଆଇ ଏହାର ଭିଡିଓ ଜାରି କରିଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ କୃଷକମାନେ ଫ୍ଲାଏଓଭର ପାର୍ଶ୍ୱରେ ଥିବା ଚାଦର ଭାଙ୍ଗି ଦେଉଛନ୍ତି। ଫ୍ଲାଏ ଓଭର ତଳେ ଅନେକ ଲୋକ ଠିଆ ହୋଇ ଏହି ପୂରା ଘଟଣାକୁ ଦେଖୁଛନ୍ତି। କୃଷକ ସଂଗଠନର ଆହ୍ୱାନକ୍ରମେ ପଞ୍ଜାବ, ହରିୟାଣା ଓ ଅନ୍ୟାନ୍ୟ ରାଜ୍ୟର ଶତାଧିକ କୃଷକ ଆଜି ଦିଲ୍ଲୀ ଅଭିମୁଖେ ପଦଯାତ୍ରା କରିଛନ୍ତି। ନ୍ୟୁଜ୍ ଏଜେନ୍ସି ଏଏନଆଇ ଅନୁଯାୟୀ, ହରିୟାଣା ପୋଲିସ ଅନେକ କୃଷକଙ୍କୁ ଅଟକ ରଖିଛି।ଚାଷୀଙ୍କୁ ଅଟକାଇବା ପାଇଁ ପୋଲିସ ରାସ୍ତାରେ ଅନେକ ବାଧା ସୃଷ୍ଟି କରିଛି। କୃଷକମାନେ ଏହାକୁ ଭାଙ୍ଗିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ଶମ୍ଭୁ ସୀମାରେ ବିପୁଳ ସଂଖ୍ୟକ ପୋଲିସଙ୍କୁ ମୁତୟନ କରାଯାଇଛି। ଏହି ସୀମାରୁ କୃଷକମାନେ ଦିଲ୍ଲୀ ଅଭିମୁଖେ ଯିବାକୁ ଚେଷ୍ଟା କରିବାରୁ ସେମାନଙ୍କୁ ଅଟକାଇ ଦିଆଯାଇଥିଲା। ବିକ୍ଷୋଭକାରୀଙ୍କୁ ହଟାଇବା ପାଇଁ ପୋଲିସ ଲୁହବୁହା ଗ୍ୟାସ୍ ସେଲ୍ ଓ ପାଣି କାନନ ପ୍ରୟୋଗ କରିଥିଲା। ଏହାକୁ ଏଡ଼ାଇବା ପାଇଁ ଚାଷୀମାନେ ନିକଟସ୍ଥ କ୍ଷେତକୁ ପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା।ଅମ୍ବାଲା ରେଞ୍ଜ ଆଇଜି ଶିବାଶ କବିରାଜ କହିଛନ୍ତି, ପଞ୍ଜାବରୁ ଆସୁଥିବା କୃଷକମାନଙ୍କୁ ଆମେ ସ୍ୱାଗତ କରୁଛୁ କିନ୍ତୁ ଯଦି ସେମାନେ ଟ୍ରାକ୍ଟରରେ ଆସନ୍ତି ତେବେ ଏହା ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। ସେମାନେ ବସ୍, ଟ୍ରେନ୍ କିମ୍ବା ଚାଲିଚାଲି ଆସିପାରିବେ। ଆଇଜି କବିରାଜ କହିଛନ୍ତି, “କିନ୍ତୁ ଯଦି ସେମାନେ ଟ୍ରାକ୍ଟରରେ ଆସନ୍ତି, ଆମେ ସେମାନଙ୍କୁ ଅନୁମତି ଦେବୁ ନାହିଁ। ଏଠାରେ ୧୪୪ ଧାରା ଜାରି କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!