ଭୁବନେଶ୍ୱର,୧୫।୨:ବିଧାୟକଙ୍କ ଘରେ ଇଡି। ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଚଢ଼ାଉ ହୋଇଥିବା ନେଇ ସୂଚନା ମିଳିଛି। ଇଡି ପକ୍ଷରୁ ଭଦ୍ରକ ସହର ୪ ସ୍ଥାନରେ ଚଢ଼ାଉ ଜାରି ରହିଛି। ତେବେ ପ୍ରଫୁଲ୍ଲଙ୍କ ମୋଟ ୧୦ଟି ସ୍ଥାନରେ ଚଢ଼ାଉ ଜାରି ରହିଥିବା ଜଣାପଡିଛି। ୨୦ କୋଟି ଜମି କେଳେଙ୍କାରୀ ଅଭିଯୋଗରେ ଇଡି ପକ୍ଷରୁ ଏହି ରେଡ କରାଯାଇଥିବା ସୂଚନା ରହିଛି ।ଭଦ୍ରକ ସହରର ୪ଟି ସ୍ଥାନରେ ଓ ଭୁବନେଶ୍ୱରର ୬ଟି ସ୍ଥାନରେ ଇଡି ରେଡ୍ କରିଥିବା ସୂଚନା ରହିଛି। ବରପଦା ଇଞ୍ଜିନିୟରିଂ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ମଧ୍ୟ ରେଡ୍ କରାଯାଇଛି।ବରପଦା ଇଞ୍ଜିନିୟରିଂ କଲେଜର କର୍ମଚାରୀଙ୍କୁ ଦୀର୍ଘ ଦିନ ହେଲା ଦରମା ମିଳୁନାହିଁ। ଏହାସହ ଅର୍ଥ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା। ବରପଦା କଲେଜ ଦାୟିତ୍ୱରେ ବିଜେଡି ବିଧାୟକଙ୍କ ପୁଅ ଦାୟିତ୍ୱରେ ଥିଲେ। ଏହି ଅର୍ଥ ହେରଫେର ଅଭିଯୋଗ ବିଜେଡି ବିଧାୟକଙ୍କ ଘରେ ଚଢ଼ାଉ କରାଯାଉଥିବା ସୂଚନା ରହିଛି। ହେଲେ ପ୍ରକୃତ କାରଣ ଜଣାପଡ଼ି ନାହିଁ। ସୁରକ୍ଷା କର୍ମୀମାନେ ବିଜେଡି ବିଧାୟକ ଘର ଚାରିପଟେ ଜଗି ରହିଥିବାରୁ ଭିତରକୁ କାହାକୁ ପ୍ରବେଶ କରାଇ ଦିଆଯାଉ ନାହିଁ |
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |