ଅନୁଭବଙ୍କ ବାପା ଅଭୟ ମହାନ୍ତିଙ୍କ ପରଲୋକ

କଟକ,୧୫।୨: ପରଲୋକରେ ଅଭିନେତା ତଥା କେନ୍ଦ୍ରାପଡ଼ା ଏମପି ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତି।କଟକ ନନ୍ଦିସାହି ସ୍ଥିତ ବାସଭବନରେ ଅଭୟ ମହାନ୍ତିଙ୍କ ପରଲୋକ ଘଟିଥିବା ସୂଚନା ମିଳିଛି ।  ଓଲିଉଡ଼ ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତିଙ୍କ ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୭୪ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଦୀର୍ଘ ଦିନ ହେବ ଅଭୟ ମହାନ୍ତି ଅସୁସ୍ଥ ଥିବା ଅନୁଭବ ସୂଚନା ଦେଇଥିଲେ । ଶିକ୍ଷାବିତ ଓ ନାଟ୍ୟକାର ଥିଲେ ଅଭୟ ମହାନ୍ତି । ଦୀର୍ଘଦିନ ଧରି ଅଭୟ କୀଡନି ରୋଗରେ ପୀଡ଼ିତ ଥିଲେ। ତାଙ୍କର ଡାଇଲିସିସ୍‌ ଚାଲିଥିଲା। ବାପାଙ୍କର ଚିକିତ୍ସା ପାଇଁ ଅନୁଭବ ନିୟମିତ ହସ୍ପିଟାଲ ନେବା ଆଣିବା କରୁଥିଲେ। ତେବେ ଅନୁଭବଙ୍କର ସବୁ ଉଦ୍ୟମ ପରେ ମଧ୍ୟ ସେ ପିତୃଶୂନ୍ୟ ହୋଇଯାଇଛନ୍ତି। ଅଭୟଙ୍କର ମୃତ୍ୟୁ ଖବର ପାଇ ସମ୍ପର୍କୀୟ ଏବଂ ଆତ୍ମୀୟ ସ୍ୱଜନ ଆସି ଅନୁଭବଙ୍କ ନନ୍ଦିସାହି ସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରୁଛନ୍ତି। ବହୁ ସ୍ଥାନୀୟ ବିଶିଷ୍ଟ ବକ୍ତି ମଧ୍ୟ ତାଙ୍କର ଶେଷ ଦର୍ଶନ କରୁଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!