ଚାଷି ଓ ମାଲିକର ଅସାବଧାନତା ଯୋଗୁଁ ଜମିଭିତରେ ଥିବା କୂଅ ରେ ପଡ଼ିଲା ଗାଈ

 

ନବରଙ୍ଗପୁର( ମିହିର ଶଙ୍କର ପାତ୍ର),,୧୫।୨ :- ଝାଲିଆଗୁଡା ଗ୍ରାମର ଦେଖିବାକୁ ମିଳିଛି ଏକ ଅଭାବ ନିୟ ଘଟଣା ନାରାୟଣ ଗୌଡଙ୍କ ଜମିରେ ଚାଷ କାମ ପାଇଁ ଏକ କୂଅଁଖାଲ ଯାଇଥିଲା l ଦୈବାତ୍ ଆଜି ଡାବୁଗାଁ ମୁନା ସାନ୍ତାଙ୍କ ଗାଈ ଘାସ ଚରି ଚରି ଜମିରେ ଥିବା କୂଅ ପାଖକୁ ପାଣି ପିଇବାକୁ ଆସି କୂଅ ଭିତରକୁ ଖସି ପଡିଥିଲା l ପାଣିରୁ ଗାଈକୁ କଡ଼ିବା ପାଇଁ ଚେଷ୍ଟା କରି ଗ୍ରାମବାସୀ ବିଫଳ ହେବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ଏଵଂ ଅଗ୍ନିଶମ କର୍ମଚାରୀ ତତ୍ କ୍ଷଣାତ୍ ଘଟଣା ସ୍ଥଳରେ ପହଞ୍ଚି କୂଅଁ ରୁ ଗାଈକୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରି ଗୋ ସମ୍ପଦର ଜୀବନ ବଞ୍ଚାଇ ଥିଲେ l ଜମି ମଧ୍ୟରେ ଏଭଳି ଖୁଲା ମେଳରେ କୂଅଁ ଖଲି ଚାଷି ଛାଡ଼ିଦେବା ଫଳରେ ନିରୀହ ଯିବ ଜନ୍ତୁ ଙ୍କ ଜୀବନ ମଧ୍ୟ ବାଜିରେ ଲାଗୁଚି ତେଣୁ ଏଥିପ୍ରତି ଜମି ମାଲିକ ମାନେ ଧ୍ୟାନ ଦେବା ଆବଶ୍ୟକ ରହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!