ଡାବୁଗାଁ ପଂଚାୟତରେ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର),,୧୬।୨ :-ରାଜ୍ୟ ସରକାରଙ୍କ ବିକାଶ ର ପର୍ବ ପାଳିତ ହେଉଥିବା ବେଳେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ଡାବୁଗାଁ ପଂଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ପରିପ୍ରେକ୍ଷୀରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଲା ନୃତ୍ୟ ସଙ୍ଗୀତ ଅଭିନୟ ମାଧ୍ୟମରେ ଲୋକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା, ଏସ ଏଚ ଜି ମହିଳା ଗୋଷ୍ଠୀ ମାନଙ୍କ ପିଠା କାର୍ଯ୍ୟକ୍ରମ ବେଶ୍ ଆକର୍ଷଣୀୟ ହୋଇପାରିଥିଲା। ଆଜିର କାର୍ଯ୍ୟକ୍ରମ ରେ ମୁଖ୍ୟଆତିଥି ଭାବରେ ଜିଲ୍ଲା ପରିଷଦ ଅଧକ୍ଷ ମତିରାମ ନାୟକ ଯୋଗଦେଇ ଥିବା ବେଳେ ସଂମ୍ମାନିତ ଆତିଥି ଭାବରେ ଡାବୁଗାଁ ବ୍ଲକ ଅଦକ୍ଷା ବୀଣା ମାଝୀ,ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଷୟୀ,ଡାବୁଗାଁ ବିଡ଼ିଓ ଶରତ ମାଝୀ, ବ୍ଲକ ଉପାଧ୍ୟାକ୍ଷା ସଦାନନ୍ଦ ନାୟକ, ଡାବୁଗାଁ ସରପଞ୍ଚ ବିନଦ ସୌରା, ସାଂସଦ ପ୍ରତିନିଧି ଅପା ରାଓ ପ୍ରମ୍ମୁଖ ମଞ୍ଚାସିନ ଥିଲେ। ଏଭଳି ସ୍ଥାନୀୟ ମିଶନଶକ୍ତିର ସଭାପତି, ସମ୍ପାଦିକା, ଡାବୁଗାଁ ଏମବିକେ, ସିଆରପି ମାନେ, ଅଙ୍ଗନବାଡି ମାନେ ତଥା ସ୍ଥାନୀୟ ପ୍ରଶାସନିକ ଅଧୁକାରୀ ମାନେ ଓ ପଞ୍ଚାୟତ ବାସି ବହୁ ସଂଖ୍ୟାରେ ଯୋଗଦେଇ ଥିଲେ। ଡାବୁଗାଁ ପଞ୍ଚାୟତର ପଞ୍ଚାୟତ ଅଧିକାରୀ ଏଵଂ ଡାବୁଗାଁ ସରପଞ୍ଚ ଙ୍କ ପ୍ରାୟସରେ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହେଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!