ନୂଆଦିଲ୍ଲୀ,୧୬।୨: ଫେବୃଆରୀ ୧୬ରେ କୃଷକ ସଂଗଠନ ଭାରତ ବନ୍ଦ ଆହ୍ବାନ କରିଛନ୍ତି। ଏମଏସପି ଗ୍ୟାରେଣ୍ଟି ସହିତ ଅନ୍ୟ ୧୧ଟି ଦାବି ପାଇଁ କୃଷକମାନେ ପୁଣି ଥରେ ବିରୋଧ କରୁଛନ୍ତି। ସେମାନଙ୍କ ଦାବି ଉପରେ କେନ୍ଦ୍ର ଉପରେ ଚାପ ପକାଇବାକୁ କୃଷକ ସଂଗଠନ ଆଜି ଭାରତ ବନ୍ଦ ଘୋଷଣା କରିଛନ୍ତି। ଏହି ବନ୍ଦ ଯୋଗୁ ସକାଳ ୬ ଟାରୁ ୪ ପର୍ଯ୍ୟନ୍ତ ଭାରତ ବନ୍ଦ ରହିବ। ପଞ୍ଜାବରୁ ଦିଲ୍ଲୀ ଯାଉଥିବା ଚାଷୀଙ୍କୁ ହରିୟାଣା-ପଞ୍ଜାବର ଶମ୍ଭୁ ବର୍ଡର ପୁଲିସ ଓ ପାରାମିଲିଟ୍ରି ଫୋର୍ସ ଅଟକାଇ ରଖିଛନ୍ତି । ଏହା ମଧ୍ୟରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଆଜି ଭାରତ ବନ୍ଦ ଡାକରା ଦେଇଛି । ସାରା ଦେଶରେ ବନ୍ଦ ପାଳନ ପାଇଁ ସମସ୍ତ ଚାଷୀ ୟୁନିୟନ୍ ସହ ଟ୍ରକ୍ ଓ ଟ୍ରେଡ୍ ୟୁନିୟନ୍ ମଧ୍ୟ ଚାଷୀଙ୍କୁ ସମର୍ଥନ କରୁଛନ୍ତି । ପଞ୍ଜାବଠୁ ଆରମ୍ଭ କରି ହରିୟାଣା ଓ ଦିଲ୍ଲୀଠୁ ଆରମ୍ଭ କରି ୟୁପି ପର୍ଯ୍ୟନ୍ତ ହାଇଆଲର୍ଟ ଜାରି କରାଯାଇଛି । ତେବେ ଏହି ବନ୍ଦକୁ ରୋକିବା ପାଇଁ କେନ୍ଦ୍ର ସରକାର ଚାଷୀ ସଙ୍ଗଠନ ସହ ଗୁରୁବାର ସନ୍ଧ୍ୟାରେ ଆଲୋଚନା କରିଥିଲେ । ରାତି ସାଢେ ୧ଟା ପର୍ଯ୍ୟନ୍ତ ଆଲୋଚନା ଚାଲିଲା । କିନ୍ତୁ କୌଣସି ନିଷ୍କର୍ସ ବାହାରିପାରିଲାନି । ଏହା ମଧ୍ୟରେ ଦିଲ୍ଲୀର ସମସ୍ତ ବର୍ଡରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅନ୍ୟପଟେ ଅନେକ ସ୍ଥାନରେ ଭାରତ ବନ୍ଦର ପ୍ରଭାବ ପଡିଛି । ଗାଡି ଚଳାଚଳ ପ୍ରଭାବିତ ହେବା ସହ ଅନେକ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଛି ।ଅନ୍ୟପଟେ ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରିବାକୁ କେନ୍ଦ୍ର ସରକାର ଅଣ୍ଟା ଭିଡିଛନ୍ତି। ସମସ୍ୟାର ସମାଧାନ ପନ୍ଥା ନିର୍ଦ୍ଧାରଣ ଲାଗି କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋଏଲ, ଅର୍ଜୁନ ମୁଣ୍ଡା ଏବଂ ନିତ୍ୟାନନ୍ଦ ରାୟ ଚଣ୍ଡୀଗଡ଼ ସୀମାରେ ପହଁଚିଛନ୍ତି । ସେମାନଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ ମଧ୍ୟ ସାମିଲ ହୋଇଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |