ଦିଲ୍ଲୀରେ ଅଗ୍ନିକାଣ୍ଡ ଘଟି ୧୧ ମୃତ

ନୂଆଦିଲ୍ଲୀ,୧୬।୨: ରାଜଧାନୀ ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ। ଅଲିପୁର ଦୟାଲ ମାର୍କେଟରେ ଥିବା ଏକ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ହେବା ପରେ ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଜଣେ ପୁଲିସ୍‌ କର୍ମଚାରୀ ବି ଥିବା ଜଣାଯାଇଛି।ଦିଲ୍ଲୀର ଆଲିପୁର ଅଞ୍ଚଳରେ ଥିବା ରଙ୍ଗ କାରଖାନାରେ ଗୁରୁବାର ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଅଗ୍ନିକାଣ୍ଡ ଯୋଗୁଁ କୋଟି କୋଟି ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ୨୨ଟି ଦମକଳ ବାହିନୀ ପହଞ୍ଚି ପ୍ରାୟ ୩ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଛନ୍ତି। ଏଥିସହିତ କାରଖାନାରେ ଫସି ରହିଥିବା କିଛି ଲୋକଙ୍କୁ ମଧ୍ୟ ଉଦ୍ଧାର କରିଛନ୍ତି ବୋଲି ଅଗ୍ନିଶମ ନିର୍ଦ୍ଦେଶକ ଅତୁଲ ଗର୍ଗ ସୂଚନା ଦେଇଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ କରୁଛି।ଅପରାହ୍ନ ପ୍ରାୟ ୫ଟା ବେଳେ ଏଚ୍ ବ୍ଲକ ଦୟାଲ ମାର୍କେଟ ଆଲିପୁରରେ ଥିବା ରଙ୍ଗ କାରଖାନାରେ ଅଗ୍ନିକାଣ୍ଡ ଘଟିଥିବା ନେଇ ପୁଲିସକୁ ଖବର ମିଳିଥିଲା। ଅଗ୍ନିକାଣ୍ଡ ଯୋଗୁଁ କାରଖାନା ସମ୍ପୂର୍ଣ୍ଣ ଜଳିଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!