ଦିନ ଦ୍ବିପ୍ରହରରେ ଗୁଳିମାଡ଼ କରି ସୁନା ଦୋକାନରୁ ଲୁଟ୍

ସମ୍ବଲପୁର ,,୧୬।୨: ସମ୍ବଳପୁରରେ ଅଳଙ୍କାର ଦୋକାନରେ ଗୁଳିକାଣ୍ଡ । ଧନୁପାଲୀ ଥାନା ଅନ୍ତର୍ଗତ ଗୋବିନ୍ଦପଲାରେ ଏକ ଅଳଙ୍କାର ଦୋକାନରେ ଦିନ ଦ୍ୱିପ୍ରହରରେ ଗୁଳି ମାଡ କରି ସୁନା ଦୋକାନରୁ ଦୁର୍ବୃତ୍ତ ଲୁଟ୍‌‌ କରିବା ସହ ଘଟଣାରେ ଜଣେ ଗୁରୁତର ହୋଇଛନ୍ତି। ଦୋକାନ ମାଲିକଙ୍କ ଦେହରେ ଗୁଳି ବାଜି ଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି ।   ଦିନ ଦ୍ୱିପ୍ରହରରେ ଗୁଳି ମାଡ କରି ସୁନା ଦୋକାନରୁ ଦୁର୍ବୃତ୍ତ ଲୁଟ୍‌‌ କରିବା ସହ ଘଟଣାରେ ଜଣେ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଶୁକ୍ରବାର ଧନୁପାଲୀ ଥାନା ଗୋବିନ୍ଦପଲାରେ ଘଟିଛି। ଗୋବିନ୍ଦପଲାରେ ଥିବା ଏକ ସୁନା ଦୋକାନରେ ପଶି ଗୁଳି ମାଡ କରି ଦୁର୍ବୃତ୍ତ ସୁନାଗହଣା ଲୁଟ୍‌‌ କରିଛନ୍ତି। କେତେ ଟଙ୍କାର ସୁନା ଗହଣା ଲୁଟ୍‌‌ ହୋଇଛି, ତାହା ଅସ୍ପଷ୍ଟ ରହିଛି। ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ୩ଟି ବାଇକ୍‌‌ରେ ୬ ଜଣ ଦୁର୍ବୃତ୍ତ ଆସି ଲୁଟ୍‌‌ କରିଥିବା ଅଭିଯୋଗ ହୋଇଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୋକାନ ମାଲିକଙ୍କ ଦେହରେ ଗୁଳି ବାଜି ଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଘଟଣା ସ୍ଥଳରେ ଦୋକାନରେ ଓ ଦୋକାନ ବାହାରେ ମଧ୍ୟ ଅନେକ ସିସିଟିଭି ଥିବାରୁ ତଦନ୍ତରେ ସହାୟକ ହେବ ବୋଲି କୁହାଯାଉଛି। ଦୋକାନ ମାଲିକଙ୍କ ଦେହରେ ଗୁଳି ବାଜି ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!