ବିଭିନ୍ନ କୃଷକ ସଂଗଠନ ର ‘ଭାରତ ବନ୍ଦ’ ର ପ୍ରଭାବରେ ଡାବୁଗାଁରେ ମଧ୍ୟ ବନ୍ଦ ପାଳନ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୧୬।୨  ଆଜି ‘ଭାରତ ବନ୍ଦ’ ର ପ୍ରଭାବରେ ଡାବୁଗାଁରେ ମଧ୍ୟ ବନ୍ଦ ପାଳନ ହେଲା। ସହରର ବିଭିନ୍ନ ଛକ ମାନଙ୍କରେ କୃଷକ ମହାସଂଘର ସଭାପତି ସତ୍ୟ ରଞ୍ଜନ ପାତ୍ରଙ୍କ ନେତୃତ୍ୱରେ ସଂଗଠନର ସଦର୍ଶ ମାନେ ରାସ୍ତା ଅବରୋଧ କରିଛନ୍ତି। କୃଷକ ସଂଗଠନ କୂ ଡାବୁଗାଁ ଠାରେ ରାଜ ମିସ୍ତ୍ରୀ ସଙ୍ଘ ସହ ଅନ୍ୟାନ୍ୟ ସଂଗଠନ ମଧ୍ୟ ସହଯୋଗ କରିଥିଲେ । ମୁଖ୍ୟତଃ ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ଉକ୍ତ ରାସ୍ତା ଯାନବାହନ ଚଳାଚଳ ବାଧା ପ୍ରାପ୍ତ ହୋଇଛି । ରାସ୍ତାର ଉଭୟ ପାର୍ଶ୍ଵରେ ଦୂରଦୂରାନ୍ତରୁ ଆସୁଥିବା ଗାଡି ଗୁଡିକ ଅଟକି ରହିଛି।ଦୋକାନ ବଜାର ସବୁ ବନ୍ଦ ରହିଛି। ଯଦି ଖୁବ ଶୀଘ୍ର ଦାବି ପୂରଣ ନ ହେଲେ ଭବିଷ୍ୟତରେ ସଚିବାଳୟ ସମ୍ମୁଖରେ ପ୍ରତିବାଦର ଧାରଣା ଦିଆଯିବ ବୋଲି କହିଛନ୍ତି କୃଷକ ନେତା ମାନେ । ଆଜିର ଏହି ଭାରତ ବନ୍ଦ ପାଳନ ଯୋଗୁଁ ଅଂଚଳରେ ଗାଡ଼ି ଗୁଡ଼ାକ ଅଚଳ ଓ ଦୋକାନ ବଜାର ବନ୍ଦ ହୋଇ ଯାଇଛି ଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧା ଦେଖିବାକୁ ମିଳିଛି। ଆଜି ଏହି ବନ୍ଦ ସମୟରେ କଣସି ଅଘଟଣା ନହେବା ପାଇଁ ପୋଲିସ ତରଫରୁ ମଧ୍ୟ ସୁରକ୍ଷା କଡାକଡି କରାଯାଇଛି। ଏହି ବନ୍ଦ ଡାକରକୁ କଂଗ୍ରେସ ସମର୍ଥନ ଜଣାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!