ଭୁବନେଶ୍ବର,୧୭ା୨: କଟକ-ଭୁବନେଶ୍ୱରରେ କୁହୁଡ଼ିର ଆସ୍ତରଣ । ସବୁ ସ୍ଥାନରେ ହାଲୁକା କୁହୁଡ଼ି ଦେଖାଦେଉଥିବାରୁ ଯାତାୟାତରେ ଅସୁବିଧା । ସେପଟେ ଆସନ୍ତା ୩ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ବୃଦ୍ଧି ପାଇବାନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । ଆସନ୍ତା ଦୁଇ ଦିନ କୋରାପୁଟ, କନ୍ଧମାଳ, ରାୟଗଡ଼ା, କଟକ, ଢେଙ୍କାନାଳ, ଅନୁଗୁଳ ସମେତ ଦକ୍ଷିଣ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ହୋଇପାରେ ।ଗତ ୨୪ ଘଣ୍ଟା ମଧ୍ୟରେ ନୟାଗଡ଼ରେ ଅତି ଘନ କୁହୁଡ଼ି ହେବାରୁ ଦୃଶ୍ୟମାନ ଦୂରତା ୫୦ ମିଟରରୁ କମ୍ ରହିଥିଲା । ସେହିଭଳି ରାଇରଙ୍ଗପୁରଠାରେ ୨୮ ମିମି, ବିଜାତଳା ଓ ଜାମଦାରେ ୧୭ ମିମି, ରାସଗୋବିନ୍ଦପୁରରେ ୧୫ ମିମି, ତିରିଙ୍ଗରେ ୮.୨, ବହଳଦାରେ ୭ ମିମି ବର୍ଷା ହୋଇଛି। ଆଜି ପାରଳାଖେମୁଣ୍ଡିରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ରେକର୍ଡ କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |