ଆଜି ସନ୍ଧ୍ୟାରେ ଉତ୍‌କ୍ଷେପଣ ହେବ ସାଟେଲାଇଟ୍‌ INSAT-3DS

ନୂଆଦିଲ୍ଲୀ,,୧୭ା୨: ଆଜି ସନ୍ଧ୍ୟାରେ ରକେଟ୍‌ଦ୍ବାରା ମହାକାଶକୁ ପାଣିପାଗ ସୂଚନା ସଂଗ୍ରହ ସଂକ୍ରାନ୍ତ କୃତ୍ରିମ ଉପଗ୍ରହ ‘ଇନ୍‌ସାଟ୍‌-୩ଡିଏସ୍‌’ ପ୍ରେରଣ କରିବ ଭାରତୀୟ ମହାକାଶ ଏଜେନ୍‌ସି (ଇସ୍ରୋ) । ଶନିବାର ସନ୍ଧ୍ୟା ୫.୩୫ରେ ବିଶାଖାପାଟନାମ୍‌ର ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ । INSAT-3DS କୁ ସତୀଶ ଧୱନ ସ୍ପେସ୍‌ ସେଣ୍ଟର୍‌ର ଲଞ୍ଚ୍‌ ପ୍ୟାଡ୍‌ରୁ ଜିଏସ୍‌ଏଲ୍‌ଭି ଏଫ୍‌-୧୪ ରକେଟ୍‌ ଦ୍ବାରା ଉତ୍‌କ୍ଷେପଣ କରାଯିବ । ଏହି କୃତ୍ରିମ ଉପଗ୍ରହ ଜରିଆରେ ପାଣିପାଗ ସମ୍ବନ୍ଧୀୟ ଅଧିକ ସଠିକ୍‌ ସୂଚନା ସହିତ ପ୍ରାକୃତିକ ବିପର୍ଯ୍ୟୟ ସମ୍ବନ୍ଧୀୟ ଆଗୁଆ ସୂଚନା ବି ସଂଗ୍ରହ କରାଯାଇ ପାରିବ। ଏହି ଉପଗ୍ରହର ଓଜନ ୨,୨୭୪ କିଲୋଗ୍ରାମ ଏବଂ ଏହା ପ୍ରାୟ ୪୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!