ବରିଷ୍ଠ ହାସ୍ୟ ଅଭିନେତା ଇନ୍ଦ୍ରମଣି ବେହେରାଙ୍କ ପରଲୋକ

ଭୁବନେଶ୍ୱର ,୧୭।୨:  ବରିଷ୍ଠ ହାସ୍ୟା ଅଭିନେତା ଇନ୍ଦ୍ରମଣି ବେହେରାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬ ବର୍ଷ ବୟସ ହୋଇଥିଲା । ଶ୍ରୀ ବେହେରା ଢେଙ୍କାନାଳର ମହାବୀର ବଜାରସ୍ଥିତ ତାଙ୍କ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ କିଛିଦିନ ହେଲା କର୍କଟ ରୋଗରେ ପୀଡ଼ିତ ଥିଲେ । ଓଡ଼ିଆ ସିନେମା ‘ଏଇ ଆଖି ଆମ ସାକ୍ଷୀ’ ଚଳଚ୍ଚିତ୍ରରେ ସେ ହାସ୍ୟ ଅଭିନେତା ଭାବେ ରାଜ୍ୟର ଘରେ ଘରେ ପରିଚିତ ହୋଇପାରିଥିଲେ । ସେ ଏକାଧାରାରେ ଜଣେ କଳାକାର, ରାଜନୀତିଜ୍ଞ, ବ୍ୟବସାୟୀ ଓ ସମାଜସେବୀ ଭାବେ ଖ୍ୟାତି ଅର୍ଜନ କରିଥିଲେ । ସେ ୧୦ ନମ୍ବର ୱାର୍ଡର କାଉନସିଲର ଭାବେ ନିର୍ବାଚିତ ହେବା ସହ ନଗରପାଳ ହୋଇଥିଲେ । ତାଙ୍କର ମୃତ୍ୟୁରେ ରାଜ୍ୟ ମନୋରଞ୍ଜନ ଜଗତ ସହ ଜଡ଼ିତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ତାଙ୍କର ପ୍ରଶଂସକଙ୍କ ମହଲରେ ନିରାଶା ଖେଳିଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!