କୃଷକ ଆନ୍ଦୋଳନ ସ୍ଥଳରେ ଚାଲିଗଲା ସବ୍‌-ଇନ୍ସପେକ୍ଟରଙ୍କ ଜୀବନ

ନୂଆଦିଲ୍ଲୀ,୧୭।୨:ହରିଆଣାର ଶମ୍ଭୁ ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନ ଥମିବା ନାଁ ଧରୁନି । ପଞ୍ଜାବ-ହରିୟାଣା ସୀମାରେ କୃଷକଙ୍କ ବିରୋଧ ପ୍ରଦର୍ଶନ ମଧ୍ୟରେ ଶମ୍ଭୁ ସୀମାରେ ନିୟୋଜିତ ହୋଇଥିବା ଜଣେ ପୋଲିସକର୍ମୀଙ୍କ ମୃତ୍ୟୁ ଘଟିଛି। ଏହି ପୋଲିସ କର୍ମଚାରୀ ହରିୟାଣା ପୋଲିସର ସବ-ଇନ୍ସପେକ୍ଟର ହିରାଲାଲ ବୋଲି ଜଣାପଡିଛି।ଏହି ଆନ୍ଦୋଳନରେ ସାମିଲ ଚାଷୀଙ୍କ ମଧ୍ୟରୁ ଗତକାଲି ହୃଦଘାତରେ ଜଣେ ଆଖି ବୁଜିଥିଲେ। ଏହି ଘଟଣା ପରେ ଶମ୍ଭୁ ସୀମାରେ ନିୟୋଜିତ ଥିବା ଜଣେ ପୁଲିସ୍‌ ଅଧିକାରୀ ବି ଆଖି ବୁଜିଥିବା ଜଣାଯାଇଛି। ଅସୁସ୍ଥତା ହେତୁ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଏହାର ପ୍ରକୃତ କାରଣ ଜଣାପଡ଼ିଛି।ମୃତ ସବ୍‌-ଇନ୍ସପେକ୍ଟର ହୀରାଲାଲ ବୋଲି ଜଣାଯାଇଛି। ସେ ପାନିପଥର ସମାଲଖା ଫାଣ୍ଡିରେ ମୁତୟନ ଥିବା ବେଳେ ଚାଷୀ ଆନ୍ଦୋଳନ ନିମନ୍ତେ ଶମ୍ଭୁ ବର୍ଡରରେ ତାଙ୍କୁ ମୁତୟନ କରାଯାଇଥିଲା। ସେଠାରେ ହଠାତ୍‌ ଅସୁସ୍ଥତା ଅନୁଭବ କରିବାରୁ ସାଥୀ କର୍ମଚାରୀମାନେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ମୃତ୍ୟୁ ହୋଇଛି।ପରିବାର ସୂତ୍ରରୁ ଜଣାଯାଇଛି, ୩ -୪ ଦିନ ପୂର୍ବେରୁ ହୀରାଲାଲଙ୍କୁ ଶମ୍ଭୁ ବର୍ଡରରେ ମୁତୟନ କରାଯାଇଥିଲା। ସେଠାରେ ଡ୍ୟୁଟିରେ ବେଳେ ସେ ଅସୁସ୍ଥ ହୋଇ ପଡ଼ିଥିଲେ । ହୀରାଲାଲଙ୍କ ପତ୍ନୀଙ୍କର ପୂର୍ବରୁ ଦେହାନ୍ତ ହୋଇ ସାରିଥିବା ବେଳେ ଘରେ କେବଳ ତାଙ୍କର ଦୁଇ ଛୁଆ ଅଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!