କଟକ,,୧୭।୨: ଆଜି ଟେକ୍ସଟାଇଲ ପାର୍କର ହେବ ଶିଳାନ୍ୟାସ । କଟକ ଚୌଦ୍ବାରରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୩୦ ଏକର ଜମିରେ ହେବ ୱେଲସ୍ପୁନ ଟେକ୍ସଟାଇଲ କମ୍ପ୍ଲେକ୍ସ । ୩ ହଜାର କୋଟି ଟଙ୍କାର ହେବ ପୁଞ୍ଜି ନିବେଶ। ପ୍ରକଳ୍ପ ଦ୍ବାରା ପ୍ରାୟ ୧୦ ହଜାର ନିଯୁକ୍ତି ସୃଷ୍ଟିର ଆଶା ରହିଛି । ରାଜ୍ୟ ସରକାର ‘ଓଡ଼ିଶା ଟେକ୍ସଟାଇଲ ମିଲ’ର ମୋଟ ୫୨୨ ଏକର ଜମିକୁ ନିଜ ଅଧିନକୁ ନେଇ ସେଥିରୁ ଟେକ୍ସଟାଇଲ ପାର୍କ ପାଇଁ ୱେଲସ୍ପନ୍ କମ୍ପାନୀକୁ ପ୍ରଥମ ପର୍ଯ୍ୟାୟରେ ୨୩୦ ଏକର ଜମି ଯୋଗାଇ ଦେଇଛନ୍ତି ।ଚୌଦ୍ୱାର ସ୍ଥିତ ଓଟିଏମ ଜମିରେ ଟେକ୍ସଟାଇଲ ପାର୍କର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଓଟିଏମର ୪୭୮ ଏକର ଜମିରେ ଆନୁମାନିକ ୩ହଜାର କୋଟି ଟଙ୍କା ବ୍ୟୟରେ ଏକ ନୂଆ ଟେକ୍ସଟାଇଲ ଶିଳ୍ପ ପ୍ରତିଷ୍ଠା ହେବ । ଏହାଦ୍ୱାରା ୧୦ହଜାର ନିଯୁକ୍ତି ସୃଷ୍ଟି ନେଇ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାର ଓଟିଏମର ମୋଟ ୫୨୨ ଏକର ଜମିକୁ ନିଜ ଅଧିନକୁ ନେଇ ସେଥିରୁ ଟେକ୍ସଟାଇଲ ପାର୍କ ପାଇଁ ୱେଲସ୍ପନ୍ କମ୍ପାନୀକୁ ପ୍ରଥମ ପର୍ୟ୍ୟାୟରେ ୨୩୦ ଏକର ଜମି ଯୋଗାଇ ଦେଇଛନ୍ତି । ପର୍ଯ୍ୟାୟକ୍ରମେ କମ୍ପାନୀକୁ ବାକି ଜମି ଦିଆଯିବ ବୋଲି କୁହାଯାଇଛି । ଓଟିଏମ ମିଲ୍ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନର ପ୍ରକଳ୍ପ ଥିଲା । କାଳକ୍ରମେ ଏହା ବନ୍ଦ ହୋଇଯିବାରୁ ଜୀବିକା ହରାଇଥିଲେ ହଜାର ହଜାର ଶ୍ରମିକ । ଦୀର୍ଘ ଦିନର ଦାବି ପରେ ଏଠାରେ ନୂଆ ଟେକ୍ସଟାଇଲ ପାର୍କ ନିର୍ମାଣ ହେବାକୁ ଯାଉଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |