ନୂଆଦିଲ୍ଲୀ,୧୭।୨: ଅନ୍ତରୀକ୍ଷରେ ଆଉ ଏକ ବଡ଼ ସଫଳତା ହାସଲ କରିଛି ଇସ୍ରୋ । ଜିଓସିନକ୍ରୋନସ ଲଞ୍ଚ୍ ଭେହିକିଲ (GSLV) ରକେଟରୁ ଇନସେଟ-୩ଡିଏସ ମୌସୂମୀ ସାଟେଲାଇଟକୁ ପ୍ରକ୍ଷେପଣ କରିବାରେ ସଫଳତା ହାସଲ କରିଛି ଭାରତର ଅନ୍ତରୀକ୍ଷ ଏଜେନ୍ସି । ବର୍ତ୍ତମାନର ସାଟେଲାଇଟ INSAT-3D ଏବଂ INSAT-3DR କୁ ଉନ୍ନତ ପାଣିପାଗ ବିଜ୍ଞାନ ସୂଚନା, ପାଣିପାଗ ପୂର୍ବାନୁମାନ, ସ୍ଥଳଭାଗ ଏବଂ ସମୁଦ୍ର ପୃଷ୍ଠ ଉପରେ ନଜର ରଖିବା ସହ ବିପର୍ଯ୍ୟୟ ଚେତାବନୀ, ଉପଗ୍ରହ ସାହାଯ୍ୟରେ ଅନୁସନ୍ଧାନ ଏବଂ ଉଦ୍ଧାର ସେବା ଯୋଗାଇବା ଏହି ମିଶନର ପ୍ରମୁଖ ଉଦ୍ଦେଶ୍ୟ ରହିଛି ।ମହାକାଶ ଗବେଷଣା କ୍ଷେତ୍ରରେ ଇସ୍ରୋକୁ ଆଉ ଏକ ସଫଳତା। ପାଣିପାଗ ଉପଗ୍ରହ ଇନସାଟ୍-3DSର ଉତକ୍ଷେପଣ ସଫଳ ହୋଇଛି। ଆଜି ଆନ୍ଧ୍ରପ୍ରଦେଶ ସ୍ଥିତ ଶ୍ରୀହରିକୋଟା ଶତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ INSAT-3DSର ସଫଳତାପୂର୍ବକ ଉତକ୍ଷେପଣ କରିଛି ଇସ୍ରୋ।ଜିଓସିଙ୍କ୍ରୋନସ୍ ସାଟେଲାଇଟ୍ ଲଞ୍ଚ ଭେଇକିଲ୍ GSLV-14 ମାଧ୍ୟମରେ ଉତକ୍ଷେପଣ ହୋଇଛି INSAT-3DS ବା ଇନସାଟ୍-3DS। ଏହି ସାଟେଲାଇଟ ମାଧ୍ୟମରେ ଏକ ମହତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ରଖିଛି ଇସ୍ରୋ। ଇସ୍ରୋ ଜିଓଷ୍ଟେସନାରୀ କକ୍ଷପଥରେ ସ୍ଥାନିତ ହେବାକୁ ଥିବା ପାଣିପାଗ ଉପଗ୍ରହ ତୃତୀୟ ପିଢିର ନୂଆ ମିଶନ୍ ହେଉଛି ନସାଟ୍-3DS। ଏହା ଜିଓଷ୍ଟେସନାରୀ କକ୍ଷପଥରେ ପହଞ୍ଚିବା ପରେ ପାଣିପାଗ ବାବଦରେ ସଠିକ୍ ପୂର୍ବାନୁମାନ ପାଇବା ସହଜ ହେବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |