ନିର୍ବାଚନ ନେଇ ଜିଲ୍ଲାପାଳ ଏବଂ ଏସପିମାନଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୭।୨: ସାଧାରଣ ନିର୍ବାଚନ-୨୦୨୪ ତାରିଖ ଘୋଷଣା ପୂର୍ବରୁ ପ୍ରସ୍ତୁତି ସମୀକ୍ଷା କରିବାକୁ କେନ୍ଦ୍ରୀୟ ନିର୍ବାଚନ ଆୟୁକ୍ତ ଓଡ଼ିଶା ଆସିଛନ୍ତି।ସେ ନିର୍ବାଚନ ପାଇଁ ପୂରା ପ୍ରସ୍ତୁତ ବୋଲି କହିଛନ୍ତି । ଏହାରି ମଧ୍ୟରେ ନିର୍ବାଚନକୁ ନେଇ ଜିଲ୍ଲାପାଳ ଏବଂ ଏସପିମାନଙ୍କୁ ଇସିଆଇଙ୍କ ଦ୍ୱାରା କଡ଼ା ନିର୍ଦ୍ଦେଶ ଦିଆଯାଇଛି ।ଭାରତୀୟ ନିର୍ବାଚନ କମିଶନ କହିଛନ୍ତି ଯେ, ସବୁ ରାଜନୈତିକ ଦଳ ପ୍ରତି ସମାନ ମନୋଭାବ ପୋଷଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିରପେକ୍ଷ, ସ୍ୱଚ୍ଛ ଏବଂ ସବୁ ରାଜନୈତିକ ଦଳର ଅଭିଯୋଗ ଶୁଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିରପେକ୍ଷ ଓ ଶୃଙ୍ଖଳିତ ନିର୍ବାଚନ ପରିଚାଳନା ପାଇଁ ଇସିଆଇ କହିଛନ୍ତି ।ଗସ୍ତର ତୃତୀୟ ଦିନରେ ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଏବଂ ନିର୍ବାଚନ କମିଶନଙ୍କ ୭ ଜଣିଆ ପଦାଧିକାରୀ ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ମୁଖ୍ୟ ଶାସନ ସଚିବ ଏବଂ ପୁଲିସ୍‌‌ ମହାନିର୍ଦ୍ଦେଶକ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିବା ଜଣାପଡ଼ିଛି। ନିର୍ବାଚନ ସମୟରେ କଳା ଟଙ୍କା ଏବଂ ମଦର ବ୍ୟବହାର ରୋକିବାକୁ ଜାତୀୟ ନିର୍ବାଚନ କମିଶନର ଗୁରୁତ୍ୱ ଦେଇଛନ୍ତି।ସେହିପରି ଆୟକର ବିଭାଗ ଓ ଅବକାରୀ ବିଭାଗ ସହ ନିର୍ବାଚନ ଆୟୋଗ ବୈଠକ କରିଛନ୍ତି। ବିଏସଫର ଅଧିକାରୀ, ରିଜର୍ଭ ବ୍ୟାଙ୍କର ଅଧିକାରୀ, ପୋଷ୍ଟାଲ ଅଧିକାରୀ, ବିମାନ ବନ୍ଦର ନିର୍ଦ୍ଦେଶକ, ପିସିସିଏଫଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ। ଏହି ବୈଠକ ପରେ ଅପରାହ୍ନରେ କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ଏହି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯିବ ବୋଲି ସୂଚନା ମିଳିଛି।ଶୁକ୍ରବାର ବୈଠକରେ ବିଭିନ୍ନ ଜାତୀୟ ଏବଂ ଆଞ୍ଚଳିକ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଆଲୋଚନା କରିବା ସହିତ ଜିଲାସ୍ତରୀୟ ନିର୍ବାଚନ ଅଧିକାରୀ, ପୁଲିସ୍‌‌ ଅଧିକାରୀମାନଙ୍କ ସହ କେନ୍ଦ୍ରୀୟ ନିର୍ବାଚନ ଆୟୋଗର କର୍ମକର୍ତ୍ତାମାନେ ଆଲୋଚନା କରିଥିଲେ। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଏହାର ଚୂଡ଼ାନ୍ତ ରୂପରେଖ ଓ ପ୍ରସ୍ତୁତି ନେଇ କେନ୍ଦ୍ରୀୟ ନିର୍ବାଚନ ଆୟୁକ୍ତଙ୍କ ଏହି ଦଳ ଦେଶର ବିଭିନ୍ନ ରାଜ୍ୟକୁ ଗସ୍ତ କରୁଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!