ନୂଆଦିଲ୍ଲୀ,,୧୭।୨: ପ୍ରସିଦ୍ଧ ଉର୍ଦ୍ଦୁ କବି ତଥା ଗୀତିକାର ଗୁଲଜାର ପାଇବେ ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ସେହିପରି ସଂସ୍କୃତ ବିଦ୍ବାନ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ ମଧ୍ୟ ପାଇବେ ଜ୍ଞାନପୀଠ ପୁରସ୍କାର ପାଇବେ ବୋଲି ଜଣାପଡ଼ିଛି। ୫୮ତମ ଜ୍ଞାନପୀଠ ପୁରସ୍କାର କମିଟି ଦ୍ବାରା ଉଭୟ ମନୋନୀତ ହୋଇଥିବା ଚୟନ କମିଟି ଶନିବାର ଘୋଷଣା କରିଛି।ସାରା ବିଶ୍ୱରେ ଜଣାଶୁଣା ଗୀତିକାର ଗୁଲଜାରଙ୍କୁ ଉର୍ଦ୍ଦୁ ଭାଷାରେ ତାଙ୍କର ଅପୂର୍ବ ଅବଦାନ ପାଇଁ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ଏହା ସହିତ ସଂସ୍କୃତ ଭାଷାରେ ଅବଦାନ ପାଇଁ ସାହିତ୍ୟର ଏହି ସର୍ବୋଚ୍ଚ ସମ୍ମାନ ପାଇଁ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କ ନାମ ମଧ୍ୟ ମନୋନୀତ ହୋଇଛି।ଜନ୍ମର ଦୁଇ ମାସ ପରେ ଆଖି ହରାଇଥିବା ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ଜଣେ ଉତ୍କୃଷ୍ଟ ଶିକ୍ଷକ ତଥା ସଂସ୍କୃତ ଭାଷାର ପଣ୍ଡିତ ଥିଲେ। ଅନେକ ଭାଷାରେ ଜଣାଶୁଣା ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ୮୦ ଟି ପୁସ୍ତକ ଲେଖିଛନ୍ତି। ତାଙ୍କର ୨୨ ଟି ଭାଷା ବିଷୟରେ ଜ୍ଞାନ ଅଛି। ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ମଧ୍ୟ ପଦ୍ମଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଛି।ଗୁଲଜାର ହିନ୍ଦୀ ସିନେମାରେ ଜଣେ ଖ୍ୟାତି ସମ୍ପନ୍ନ ଗିତିକାର ଭାବେ ବେଶ ଜଣାଶୁଣା ଏବଂ ଏହି ଯୁଗର ସର୍ବୋତ୍ତମ ଉର୍ଦ୍ଦୁ କବି ଭାବରେ ପରିଗଣିତ। ସେ ଏହାପୂର୍ବରୁ ୨୦୦୨ରେ ଉର୍ଦ୍ଦୁ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୩ରେ ଦାଦାସାହେବ ଫାଲକେ ପୁରସ୍କାର, ୨୦୦୪ ରେ ପଦ୍ମ ଭୂଷଣ ଏବଂ ତାଙ୍କର ସୃଜନଶିଳତା ସୃଷ୍ଟି ପାଇଁ ଅତି କମରେ ପାଞ୍ଚଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |