କଂଗ୍ରେସ ଛାଡିବେନି କମଳନାଥ

ଭୋପାଳ,୧୯।୨: ମଧ୍ୟପ୍ରଦେଶରୁ ଏବେ ଏକ ବଡ ଖବର ଆସିଛି ।   ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ବିଜେପିରେ ସାମିଲ ହେବେ ନାହିଁ ।ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ ଦଳ ଛାଡି ବିଜେପିରେ ଯୋଗ ଦେଉଥିବା ନେଇ ଗଣମାଧ୍ୟମରେ ଯେଉଁ ଚର୍ଚ୍ଚା ହେଉଥିଲା ତାହାର ପରିସମାପ୍ତି ଘଟିଛି । ରାହୁଲ ଗାନ୍ଧୀଙ୍କ ସହ କଥାବର୍ତ୍ତା ହେବା ପରେ କଂଗ୍ରେସ ଛାଡି ଅନ୍ୟ କୌଣସି ଦଳରେ ମିଶିବେ ନାହିଁ ବୋଲି ଖୋଦ କମଳନାଥ ହାଇକମାଣ୍ଡଙ୍କୁ ସ୍ପଷ୍ଟ କରିଥିବା କଂଗ୍ରେସ ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂହ ସୂଚନା ଦେଇଛନ୍ତି । ଅପରପକ୍ଷେ ତାଙ୍କ ସାଂସଦ ପୁଅ ନକୁଲନାଥ ଓ କିଛି ବିଧାୟକ ବିଜେପିରେ ସାମିଲ ହୋଇପାରନ୍ତି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିବା ପରେ କମଲନାଥ କଂଗ୍ରେସରେ ରହିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!