ଆସିଷ୍ଟାଣ୍ଟ ପ୍ରଫେସର ପଦ ପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର ,,୧୯।୨: ସହକାରୀ ପ୍ରଫେସର (ଷ୍ଟେଜ-୧) ପଦ ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ଥିବା ସରକାରୀ ଡିଗ୍ରୀ କଲେଜମାନଙ୍କରେ ଓଡ଼ିଶା ଶିକ୍ଷା ସେବା (କଲେଜ ବ୍ରାଞ୍ଚ)ର ଗ୍ରୁପ-୧ ପଦରେ ପ୍ରାର୍ଥୀଙ୍କୁ ବିଭିନ୍ନ ବିଷୟରେ ନିଯୁକ୍ତି ପ୍ରଦାନ କରାଯିବ ।ମାର୍ଚ୍ଚ ମାସ ୧୨ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଏପ୍ରିଲ ମାସ ୧୬ ତାରିଖରେ ସମାପ୍ତ ହେବ । ମୋଟ ୩୮୫ଟି ପଦ ଖାଲି ରହିଥିବା ବେଳେ ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି), ଅଣସଂରକ୍ଷିତ ଆଦି ବିଭିନ୍ନ ବର୍ଗର ପ୍ରାର୍ଥୀଙ୍କ ପାଇଁ ପଦ ସଂରକ୍ଷିତ ରହିଛି ।ପ୍ରାର୍ଥୀଙ୍କୁ କେମିଷ୍ଟ୍ରି, କମର୍ସ, କମ୍ପ୍ୟୁଟର ସାଇନ୍ସ, ଏଜୁକେସନ, ଅର୍ଥନୀତି, ଓଡ଼ିଆ, ଫିଜିକ୍ସ, ସାଇକୋଲୋଜି, ସୋସିଓଲୋଜି, ରାଜନୀତି ବିଜ୍ଞାନ, ଇତିହାସ, ଭୂଗୋଳ, ହୋମ ସାଇନ୍ତସ, ଜିଓଲୋଜି, ଇଂରାଜୀ ଆଦି ୧୯ଟି ବିଷୟରେ ସହକାରୀ ପ୍ରଫେସର ପଦରେ ନିଯୁକ୍ତି ଦିଆଯିବ । ଆବେଦନର ଅନ୍ତିମ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୧ରୁ ୪୫ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ସହିତ ୫୫ ପ୍ରତିଶତ ମାର୍କ ରଖିଥିବେ । ଏଥିସହିତ ପ୍ରାର୍ଥୀ ନ୍ୟାସନାଲ ଏଲିଜିବିଲିଟି ଟେଷ୍ଟ (ନେଟ) ପାସ୍ କରିଥିବା ଆବଶ୍ୟକ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!