ଇଂଜିନିୟରିଂ କଲେଜ ଆର୍ଥିକ ଅନିୟମିତତା ମାମଲା,ଗେଟ ଆଗରେ ଧାରଣା

ଭଦ୍ରକ,,୧୯।୨ :ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ ଗେଟ ଆଗରେ ବରପଦା ବିକାଶ ମଞ୍ଚ ପକ୍ଷରୁ ସୋମବାର ଧାରଣା ଦିଆଯାଇଛି। ବିନା ଦୋଷରେ କାର୍ଯ୍ୟରୁ ବଞ୍ଚିତ ୨୬ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟରେ ନିଯୁକ୍ତି, ପରିଚାଳନା କମିଟିରୁ ବିନା ଦୋଷରେ ନିଲମ୍ବିତ ହୋଇଥିବା କର୍ମଚାରୀମାନଙ୍କୁ ପୁନଃନିଯୁକ୍ତି ବିଧାୟକ ପ୍ରଫୁଲ୍ଲ ସାମଲ ପରିବାରକୁ ପରିଚାଳନା କମିଟିରୁ ବହିଷ୍କୃତ, ବରପଦା କଲେଜରେ ମହାଦୁର୍ନୀତିରେ ଲିପ୍ତ ସମସ୍ତ ଅସାଧୁ କର୍ମଚାରୀଙ୍କୁ ଗିରଫ ଆଦି ଦାବିରେ ବିକାଶ ମଞ୍ଚ ପକ୍ଷରୁ ଧାରଣା ଦିଆଯାଇଛି। ଭଦ୍ରକ ଜିଲ୍ଲାର ସର୍ବପୁରାତନ ବୈଷୟିକ ଶିକ୍ଷାନୁଷ୍ଠାନ ବରପଦା ଇଞ୍ଜିନିୟରିଂ କଲେଜରେ ବ୍ୟାପକ ଦୁର୍ନୀତି ହୋଇଥିବାବେଳେ ଏହି କଲେଜ ନାମରେ ଭୁବନେଶ୍ୱରରେ ଅନ୍ୟ ଏକ ଶିକ୍ଷାନୁଷ୍ଠାନ ପାଇଁ କମି କିଣାଯାଇ ପରେ ଏହି ଜମି ଓ କଲେଜ କୋଠାକୁ ଏକ ବିଲଡର ସଂସ୍ଥାକୁ ବିକ୍ରି କରିବା ପରେ କଲେଜ ଫଣ୍ଡକୁ ଏହି ଜମି ବିକ୍ରି ଟଙ୍କା ଫେରିନଥିଲା।ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକ୍ସ ପୋଷ୍ଟ କରି ଦର୍ଶାଇଛି କଲେଜ କମିଟିର ଅର୍ଥ ଅନିୟମିତତା ମାମଲାରେ ଭୁବନେଶ୍ବର ସେମତ 10 ସ୍ଥାନରେ ଚଢାଉ କରାଯାଇଛି। ରେଡ୍ ସମୟରେ ବିଭିନ୍ନ ଆପତ୍ତିଜନକ ଦସ୍ତାବିଜ, ଡିଜିଟାଲ୍ ଉପକରଣ, ଲ୍ୟାଣ୍ଡ ଏଗ୍ରିମେଣ୍ଟ ସହ 9 ଲକ୍ଷ ଟଙ୍କା ଓ 40 ଲକ୍ଷ ଟଙ୍କାର କାର ଜବତ କରିଛି ।ସେପଟେ ବିଧାୟକ ପ୍ରଫୁଲ୍ଲ ସାମଲ ଓ ପୁଅ ପ୍ରୟାସକାନ୍ତିଙ୍କ ବିରୁଧରେ ତେଜିଲା ଅସନ୍ତୋଷ । ଭଦ୍ରକ ବରପଦା ଇଂଜିନିୟରିଂ କଲେଜ ସମ୍ମୁଖରେ ଉତ୍ତେଜନା । ବିଧାୟକ ପ୍ରଫୁଲ୍ଲ ସାମଲ ଓ ପୁଅ ପ୍ରୟାସକାନ୍ତିଙ୍କ ବିରୁଧରେ ପୋଷ୍ଟର ମାରି ଜୋରଦାର୍ ପ୍ରତିବାଦ । କଲେଜର ଟଙ୍କାକୁ ଏହି କଲେଜ ଦାୟିତ୍ୱରେ ଥିବା ଭଣ୍ଡାରିପୋଖରୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁତ୍ର ପ୍ରୟାସକାନ୍ତି ସାମଲ (ଲୁଲୁ) ହଡ଼ପ କରିନେଇଥିଲେ। କଲେଜ ଟଙ୍କାକୁ ଚଳୁ କରି ଲୁଲୁ ନାମୀ ଦାବି ଗାଡ଼ି ଚଢ଼ି ବିଳାସପୂର୍ଣ୍ଣ ଜୀବନ ବିତାଉଥିବାବେଳେ ବରପଦା ଇଞ୍ଜିନିୟରିଂ କଲେଜର କର୍ମଚାରୀଙ୍କୁ ସେମାନଙ୍କର ୧୭ ମାସର ଦରମା ନଦେବା ଘଟଣାକୁ ନେଇ ଦୀର୍ଘ ଦିନ ହେଲା କଲେଜ କର୍ମଚାରୀମାନେ ଭୋକ ଉପବାସରେ ନ୍ୟାୟ ପାଇଁ କଲେଜ ଆଗରେ ଧାରଣା ଦେବା ସହ ପ୍ରତିବାଦ କରି ଆସୁଛନ୍ତି। ଏହି କଲେଜ ଦୁର୍ନୀତି ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ବୋଲି କର୍ମଚାରୀ ସଂଘ ଦାବି କରି ଆସୁଥିଲା। ଘଟଣାର ସିବିଆଇ ତଦନ୍ତ ଦାବି କରିବା ସହ ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁତ୍ର ଲୁଲୁ ସାମଲଙ୍କୁ ଗିରଫ କରିବା ନେଇ ଦାବି କରି ଆସୁଥିଲେ। ବିଳମ୍ବରେ ହେଲେ ମଧ୍ୟ ଇଡି ଏହି ମହାଘୋଟାଲାର ତଦନ୍ତ ଆରମ୍ଭ କରିଛି।ଇଡିର ଚଢ଼ାଉ ପରେ ବରପଦା କଲେଜ ଆଗରେ ଆଜି ଶତାଧିକ କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣ ବିକ୍ଷୋଭ ଓ ପ୍ରତିବାଦ ସଭା କରିଛନ୍ତି। ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁତ୍ର ଲୁଲୁ ସାମଲଙ୍କୁ ଗିରଫ କରିବା ସହ କଲେଜର ପୂର୍ବତନ ଅଧ୍ୟକ୍ଷ ମନୋଜ ଗୋସ୍ୱାମୀଙ୍କୁ ଗିରଫ କରିବାକୁ ଦାବି କରି କଲେଜ ଗେଟରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି। ବର୍ତ୍ତମାନର କଲେଜ ଅଧ୍ୟକ୍ଷ ମୋହନ ପଣ୍ଡା କର୍ମଚାରୀଙ୍କୁ ଦରମା ଦେଉ ନଥିବା ବେଳେ ତାଙ୍କୁ ତୁରନ୍ତ ଗିରଫ କରାଯାଇ ବୋଲି ଦାବି କରିଥିଲେ। ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହେବାରୁ ଘଟଣାସ୍ଥଳରେ ଗ୍ରାମାଂଚଳ ଥାନା ପୁଲିସ ଡେରା ପକାଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!