ଇଡିରେ ହାଜର ହେଲେନି କେଜ୍ରିୱାଲ

ନୂଆଦିଲ୍ଲୀ,୧୯।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣି ଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମନକୁ ଏଡ଼ାଇ ଯାଇଛନ୍ତି। ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ଇଡି କରୁଥିବା ତଦନ୍ତରେ ସୋମବାର ମଧ୍ୟ ସାମିଲ ହେଲେନାହିଁ କେଜ୍ରିୱାଲ। ଇଡି ଷଷ୍ଠ ଥର ପାଇଁ ସମନ ଜାରି କରି ତାଙ୍କୁ ଫେବୃଆରୀ ୧୯ରେ ହାଜର ହେବା ପାଇଁ କହିଥିଲା। ପୂର୍ବରୁ ତାଙ୍କୁ ୫ ଥର ଇଡି ଡାକିଥିବା ବେଳେ ସେ ହାଜର ହୋଇ ନଥିଲେ।କେଜ୍ରିୱାଲ ଏପର୍ଯ୍ୟନ୍ତ ଇଡିର ସମସ୍ତ ସମନକୁ ଏଡ଼ାଇ ଆସିଛନ୍ତି। ଇଡିର ସମସ୍ତ ସମନ ଆଇନଗତ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସେ ଅଭିଯୋଗ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!