ନୂଆଦିଲ୍ଲୀ,୨୦।୨: ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇପାରେ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୪ । ଇଣ୍ଡିଆନ ପ୍ରିୟମର ଲିଗ(ଆଇପିଏଲ)ର ୧୭ତମ ସଂସ୍କରଣ ଆସନ୍ତା ମାର୍ଚ୍ଚ ୨୨ରୁ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ଅଧ୍ୟକ୍ଷ ଅରୁଣ ଧୁମାଲ ଆଜି ଏହା ଘୋଷଣା କରିଛନ୍ତି।ଲୋକ ସଭା ନିର୍ବାଚନ ଥିବା ସତ୍ତ୍ୱେ ଏହାର ଆୟୋଜନ ଦେଶରେ ହେବ ବୋଲି ମଙ୍ଗଳବାର ଆଇପିଏଲ୍ ଅଧ୍ୟକ୍ଷ ଅରୁଣ ଧୁମଲ କହିଛନ୍ତି। ତେବେ ଏନେଇ ବିଧିବଦ୍ଧ ଘୋଷଣାକୁ ଅପେକ୍ଷା ରହିଛି।ଆଇପିଏଲ୍ ନେଇ ସୂଚନା ଦେଇ ଧୁମଲ କହିଛନ୍ତି, ପ୍ରାରମ୍ଭରେ ଏହି ଲିଗ୍ର କେବଳ ପ୍ରଥମ ୧୫ ଦିନର କାର୍ଯ୍ୟସୂଚୀ ଘୋଷଣା କରାଯିବ। ବାକି ମ୍ୟାଚ୍ର ଘୋଷଣା ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ପରେ ହେବ। ତେବେ ନିର୍ବାଚନର ତାରିଖ ଘୋଷଣା ଆସନ୍ତା ମାସ ପ୍ରଥମ ସପ୍ତାହରେ ହେବାର ସମ୍ଭାବନା ରହିଛି। ଏଣୁ ଟୁର୍ନାମେଣ୍ଟକୁ ମାର୍ଚ୍ଚ ୨୨ରୁ ଆରମ୍ଭ କରିବାକୁ ଯୋଜନା କରାଯାଉଛି। ସରକାରୀ ଏଜେନ୍ସିଂଗୁଡ଼ିକ ସହ ମିଶି ଆମେ କାମ କରୁଛୁ। ପ୍ରଥମେ ଆମେ ପ୍ରାରମ୍ଭିକ କାର୍ଯ୍ୟକ୍ରମ ଜାରି କରିବୁ। ପୁରା ଟୁର୍ନାମେଣ୍ଟ ଭାରତରେ ହିଁ ଆୟୋଜିତ ହେବ ବୋଲି ସେ କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |