ବରଗଡ଼,୨୦।୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନିକିଆ ବରଗଡ଼ ଜିଲା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି । ପ୍ରଥମେ ଜିଲାର ବିଜେପୁର ବ୍ଲକର କନାପାଲିରେ ପହଞ୍ଚି ଗଙ୍ଗାଧର ପ୍ରକଳ୍ପର ମଡେଲସ୍ଥଳକୁ ପରିଦର୍ଶନ କରିଥିଲେ। ପରେ ଆୟୋଜିତ ଜନସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ ।ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ପ୍ରାୟ ୧୦୦ ଶଯ୍ୟା ବିଶିଷ୍ଟ କ୍ୟାନ୍ସର ହସ୍ପିଟାଲର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ୧୦୬ କୋଟି ୬ ଲକ୍ଷ ଟଙ୍କା ବିନିମୟରେ ୧୨ ହଜାର ୬୮୨ ବର୍ଗ ମିଟରରେ ନିର୍ମାଣ ହୋଇଛି ଏହି ହସ୍ପିଟାଲ।ମୁଖ୍ୟମନ୍ତ୍ରୀ କନାପାଲି ସଭାସ୍ଥଳରୁ ୧୮୦୬.୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ବହୁ ପ୍ରତୀକ୍ଷିତ ତିନି ପ୍ରକଳ୍ପ ଗଙ୍ଗାଧର ମେହେର ଜଳସେଚନ, ବରଗଡ଼ କ୍ୟାନସର ହସ୍ପିଟାଲ ଓ ନୃସିଂହନାଥ ଉନ୍ନୟନ ପ୍ରକଳ୍ପ ଲୋକାର୍ପଣ କରିଛନ୍ତି ।୧୬୭୭.୪୨ କୋଟି ଟଙ୍କା ବ୍ୟୟରେ ଗଙ୍ଗାଧର ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଥିବା ବେଳେ ୧୦୬.୬ କୋଟି ଟଙ୍କାରେ ୧୦୦ ଶଯ୍ୟା ବିଶିଷ୍ଟ ବରଗଡ଼ କ୍ୟାନସର ହସ୍ପିଟାଲ ଓ ୨୨.୭୮କୋଟି ଟଙ୍କା ବ୍ୟୟରେ ନିର୍ମିତ ନୃସିଂହନାଥ ପୀଠର ବିକାଶ ଓ ରୂପାନ୍ତରଣ କାର୍ଯ୍ୟ ହୋଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |