ଚଣ୍ଡୀଗଡ,୨୦।୨: ହାଇଓ୍ବେରେ ଟ୍ରାକ୍ଟର ଏବଂ ଟ୍ରଲି ନେଇ ଯାଇପାରିବେନି, ଏପରି ରାୟ ଦେଇଛନ୍ତି ହାଇକୋର୍ଟ। ବିଭିନ୍ନ ଦାବି ନେଇ ଦିଲ୍ଲୀ ବାହାରିଥିବା ଚାଷୀଙ୍କ ଉପରେ ବର୍ଷିଛନ୍ତି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ। ମଙ୍ଗଳବାର ହାଇକୋର୍ଟ କହିଛନ୍ତି, ଚାଷୀମାନେ ଏଭଳି ହାଇଓ୍ବେରେ ଟ୍ରାକ୍ଟର ଏବଂ ଟ୍ରଲି ନେଇ ଯାଇପାରିବେନି। ଶୁଣାଣି ସମୟରେ କୋର୍ଟ ମୋଟର ଯାନ ଆକ୍ଟର ଉଲ୍ଲେଖ କରିଛନ୍ତି। ଏହା ସହ ପଞ୍ଜାବ ସରକାରଙ୍କୁ ଆଦେଶ ଦେଇଛନ୍ତି ଯେ, ବଡ଼ ସଂଖ୍ୟାରେ ଲୋକଙ୍କୁ ଏକାଠି ନ ହେବାକୁ ଦିଆଯାଉ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |