ନବରଙ୍ଗପୁର( ମିହିର ଶଙ୍କର ପାତ୍ର), ,୨୦।୨:ଜିଲା ଡାବୁଗାଁ ବନ ବିଭାଗ ଜଙ୍ଗଲରୁ ଶାଗୁଆନ କାଠ ଚୋରୀ କରିବା ଅଭିଯୋଗରେ ୪ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:- ସୋମବାର ରାତ୍ରିରେ ଡାବୁଗାଁ ବନାଞ୍ଚଳ ଅଧୀନ ଝାଲିଆଗୁଡା ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଥିବା ଖବର ପାଇ ବନ କର୍ମଚାରୀ ମାନେ ନିଆଁ ଲିଭାଇବାକୁ ଯାଇଥିଲେ | ସେଠାରେ ନିଆଁ ଲିଭାଇବା ପରେ ଦେଖିଥିଲେ ଯେ ୪ ଜଣ ଲୋକ ଏକ ଶାଗୁଆନ ଗଛ କାଟି ୨ ଟି ଗଣ୍ଡି କରୁଥିବା ବେଳେ ବନ କର୍ମଚାରୀ ମାନେ ଧରିଥିଲେ | ପରେ ଉକ୍ତ ୪ ଜଣଙ୍କୁ ଡାବୁଗାଁ ବନାଞ୍ଚଳ କାର୍ଯ୍ୟ|ଳୟକୁ ଆଣିଥିଲେ | ସେଠାରେ ଥିବା ୩ ଫୁଟ ଗୋଲେଇ ୬ ଫୁଟ ଲମ୍ବା ଓ ୩ ଫୁଟ ଗୋଲେଇ ୧୫ ଫୁଟ ଲମ୍ବାର ୨ ଟି କାଠ ଗଣ୍ଡିକୁ ଜବତ କରିଥିଲେ | ଅଭିଯୁକ୍ତ ୪ ଜଣ ହେଲେ ଝାଲିଆଗୁଡା ଗ୍ରାମର ପଦମନ ଜାନୀ (୩୨), ଯତୀଶ ଭତରା (୨୫), କମଳସାଏ ଭତରା (୩୮) ଓ ଖଗେଶ୍ଵର ଭତରା (୪୨) | ସମସ୍ତ ଙ୍କୁ ମଙ୍ଗଳବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି | ଏନେଇ ଡାବୁଗାଁ ବନାଞ୍ଚଳ କାର୍ଯ୍ୟ|ଳୟ କେସ ନଂ ୨୧୯/୨୦୨୩-୨୪ ରେ ଏକ ମାମଲା ରୁଜୁ କରାଯାଇଛି | ଜବତ ହୋଇଥିବା କାଠ ର ଆନୁମାନିକ ସରକାରୀ ମୂଲ୍ୟ ୫୦ ହଜାରରୁ ଊର୍ଦ୍ଧ୍ଵ ହେବ ବୋଲି ବନାଞ୍ଚଳ ଅଧିକାରୀ ତଡିତ କୁମାର ସ୍ଵାଇଁ ସୂଚନା ଦେଇଛନ୍ତି | ଏହି ଚଢାଉରେ ଡାବୁଗାଁ ବନପାଳ ଉମାକାନ୍ତ ପଟ୍ଟନାୟକ, ବନରକ୍ଷୀ ଉମାଶଙ୍କର ମିଶ୍ର, ମନୋରଞ୍ଜନ ନାୟକ, କାର୍ତ୍ତିକ ମାଝି ଓ ପାରା କର୍ମଚାରୀ ମାନେ ସାମିଲ ଥିଲେ |
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |