ଭୁବନେଶ୍ୱର,୨୦।୨ : ରାଜ୍ୟରେ ମହିଳାମାନଙ୍କ ପ୍ରତି ବଢୁଥିବା ହିଂସା ବିରୋଧରେ ବୁଧବାର ନବୀନ ନିବାସ ଘେରିବ ବୋଲି ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି ସୂଚନା ଦେଇଛନ୍ତି। ସର୍ବଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ମଙ୍ଗଳବାର ଅଳକା ଭୁବନେଶ୍ୱର ଠାରେ ପହଞ୍ଚିଛନ୍ତି। ପ୍ରଥମେ ମିନାକ୍ଷୀ ନୂଆ ମହିଳା କଂଗ୍ରେସ ସଭାନେତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ। ଏହାପରେ ମହିଳା କଂଗ୍ରେସ ପକ୍ଷରୁ ଏକ ବିଶାଳ ସମାବେଶ କରାଯିବ ବୋଲି ସୂଚନା ଦିଆଯାଇଥିବା ବେଳେ ଏହାପରେ ସମସ୍ତ ମହିଳା କଂଗ୍ରେସ କର୍ମୀ ନବୀନ ନିବାସ ଘେରାଉ କରିବାର କାର୍ଯ୍ୟକ୍ରମ ରହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |